ନ୍ୟୁଜ୍

ଜୟପୁର ବିମାନଘାଟିର ସମୀକ୍ଷା କଲେ ଜିଲ୍ଲାପାଳ

Jeypore Airport

ଜୟପୁର: ବାରମ୍ବାର ଭିତ୍ତିଭୂମି ଅଭାବ ଓ ସରକାରଙ୍କ ଅପରଗତା ହେତୁ ଜୟପୁର ବିମାନଘାଟିରୁ ଉଡିପାରୁନି ବିମାନ । ଆଜି କୋରାପୁଟ ଜିଲ୍ଲାପାଳ ଭିତ୍ତିଭୂମି ଓ ବିମାନବନ୍ଦରର ସମୀକ୍ଷା କରିବା ସହ ରାଜସ୍ୱ ବିଭାଗ ଉପରେ ବର୍ଷିଛନ୍ତି । ଜାତୀୟ ରାଜପଥରୁ ବିମାନବନ୍ଦରକୁ ଯୋଡୁଥିବା ରାସ୍ତା ଦୁଇ ଥାକିଆ ହେବା ଓ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇନଥିବାରୁ ସେ ଅ‌ସନ୍ତୋଷ ପ୍ରକାଶ କରିଥିଲେ ।

Jeypore Airport

ତେବେ ପୂର୍ବରୁ ଏହି ବିମାନବନ୍ଦରରେ କେବଳ ଜୟପୁରରୁ ଭୁବନେଶ୍ୱରକୁ ବିମାନ ଚଳାଚଳ କରୁଥିବା ବେଳେ ଏହା ବନ୍ଦ ହୋଇଯାଇଥିଲା । ତେବେ ଏହିଠାରୁ ୭୦ସିଟ୍‌ ବିଶିଷ୍ଟ ବିମାନ ଜୟପୁର, ରାଉରକେଲା ଓ ଭୁବନେଶ୍ୱରକୁ ଉଡିବ । ଏଥିପାଇଁ ୯୦୦ ମିଟର ଲମ୍ବ ରନୱ‌େକୁ ୧୬୦୦ ମିଟର କରାଯିବାକୁ ସରକାର ନିଷ୍ପତ୍ତି ନେବା ପରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ । ଆଜିର ସମୀକ୍ଷାରେ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ତହସିଲଦାର ମାତାରାମ ଲେହେଙ୍ଗୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଭାଷ୍କର ଚନ୍ଦ୍ର ସାମନ୍ତରା, ଏସଡିଓ ପିସି ପାଣିଗ୍ରାହୀ, ବିଜୟ କୁମାର ବେହେରା, ରାଜସ୍ୱ ପରିଦର୍ଶକ ଟୁନା ପଟ୍ଟନାୟକ, ଉମୁରୀ ଆର୍‌ଆଇ ବିମଳ କୁମାର ଦୁଖା ଓ ଗୌରୀ କୁମାର ଦାସ ପ୍ରମୁଖ ରହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top