ଦେଶ

ଝାଡ଼ଖଣ୍ଡ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟର ୨୦ ସିଟ୍‌ ପାଇଁ ଭୋଟ ଆରମ୍ଭ

jharkhand-phase-2

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ 20 ଟି ସିଟ୍‌ରେ ଶନିବାର ଦିନ ମତଦାନ ଆରମ୍ଭ ହୋଇଛି । ନିର୍ବାଚନ କମିଶନର ସ୍ୱତନ୍ତ୍ର, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷାବଳ ମୁତୟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି କି ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରନ୍ତୁ ଓ ଲୋକତନ୍ତ୍ରକୁ ମଜଭୁତ କରିବା ପାଇଁ ସହଯୋଗ କରନ୍ତୁ ।

ନିର୍ବାଚନ କମିଶନରଙ୍କ ଅନୁସାରେ ଜମଶେଦପୁର ପୂର୍ବ ଓ ଜମଶେଦପୁର ପଶ୍ଚିମ ସିଟ୍ ମାନଙ୍କରେ ସକାଳ 7ଟା ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ସେହିପରି  ଅନ୍ୟ ସିଟ୍‌ ମାନଙ୍କ ପାଇଁ ଭୋଟ ସକାଳ 7ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମତଦାନ ହେବ । ତେବେ 20ଟି ସିଟ୍‌ରୁ  16 ଅନୁସୂଚିତ ଜନଜାତି ଓ ଗୋଟିଏ ସିଟ୍‌ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ରାଜ୍ୟରେ 5ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛ । ନିର୍ବାଚନର ଫଳାଫଳ 23 ଡିସେମ୍ବରରେ ଘୋଷଣା କରାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top