ଦେଶ

କଡ଼ା ସୁରକ୍ଷାରେ ଆରମ୍ଭ ହୋଇଛି ୪ର୍ଥ ପର୍ଯ୍ୟାୟର ମତଦାନ

election

ନୂଆଦିଲ୍ଲୀ:  ଝାଡଖଣ୍ଡ ବିଧାନସଭା ନିର୍ବାଚନର 4ର୍ଥ ପର୍ଯ୍ୟାୟରେ 15ଟି ସିଟ୍ ପାଇଁ ମତଦାନ ଜାରି ରହିଛି । ରାଜ୍ୟର ଜମୁଆ, ବଗୋଦର, ଗିରିଡିହ, ଡୁମରୀ ଓ ଟୁଣ୍ଡିରେ ଭୋଟ ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଅନ୍ୟ ସିଟ୍‌ମାନଙ୍କ ପାଇଁ ଭୋଟ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ ।

ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର 4ଟି ଜିଲ୍ଲାର ଦେବଘର (ଏସସି), ଜମୁଆ(ଏସସି), ଚନ୍ଦନକିଆରି (ଏସସି), ମଧୁଘର, ବଗୋଦର, ଗାଣ୍ଡେୟ, ଗିରିଡିହ, ଡୁମରୀ, ବୋକାରୀ, ସିନ୍ଦରୀ, ନିରସା, ଧନବାଦ,  ଝରିଆ, ଟୁଣ୍ଡି ଓ ବାଘମରା ପାଇଁ ମତଦାନ ହେଉଛି ।

ଝାଡଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି ଯେ,  ନକ୍ସଲ ପ୍ରଭାବିତ ଅଞ୍ଚଳମାନଙ୍କରେ ସୁରକ୍ଷା କର୍ମି ମୁତୟନ ରହିଛନ୍ତି । ଏହି 4ର୍ଥ ପର୍ଯ୍ୟାୟରେ 15 ଟି ସିଟ୍‌ରେ  ରାଜ୍ୟର ଦୁଇ ପ୍ରମୁଖ ମନ୍ତ୍ରୀଙ୍କ ସହିତ 221 ପାର୍ଥିଙ୍କ ଭାଗ୍ୟନିର୍ଦ୍ଧାରଣ କରାଯିବ ।

ମଧୁପୁର ସିଟ୍‌ରେ ରାଜ୍ୟର ଶ୍ରମମନ୍ତ୍ରୀ ଏବଂ ବିଜେପି ପାର୍ଥି ପାଲିବାରଙ୍କ ସହ କନ୍‌ଟେଷ୍ଟ କରୁଛନ୍ତି ଝାଡଖଣ୍ଡର ମୁକ୍ତମୋର୍ଚ୍ଚାର ପାର୍ଥି ହୁସେନ ହଂସାରି । ସେହିପରି ଚନ୍ଦନକିଆରି  ସିଟ୍‌ରୁ  ମୁଖ୍ୟ ରାଜସ୍ୱ ମନ୍ତ୍ରୀ ଅମର କୁମାର ବାବରୀ ଓ ଆଜସୁର ପାର୍ଥି ଉମାକାନ୍ତ ରଜକ ମଧ୍ୟରେ କନ୍‌ଟେଷ୍ଟ ହେବାର ସମ୍ଭାବନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top