ଦେଶ

ଚାଲିଛି ଗଣତି, ଦ୍ୱିତୀୟରେ ଶାସକ ବିଜେପି, ଆଗରେ ଜେଏମ୍‌ଏମ୍‌ ମେଣ୍ଟ

Jharkhand

ଅର୍ଗସ ବ୍ୟୁରୋ: ଚାଲିଛି ଗଣତି । ଆଜି ପ୍ରକାଶ ପାଇବ ରେଜଲ୍ଟ । କିଏ ଜିତିବ ଝାଡ଼ଖଣ୍ଡ ନିର୍ବାଚନ ? ଆଉ କିଏ ଗଠନ କରିବ ସରକାର । ଝାଡ଼ଖଣ୍ଡର 24 ଟି ଜିଲ୍ଲା ମୁଖ୍ୟାୟଳରେ କଡ଼ା ସୁରକ୍ଷା ବଳୟରେ ମତ ଗଣନା ଚାଲିଛି । ତେବେ କଂଗ୍ରେସ-ଜେଏମ୍‌ଏମ୍‌-ଆରଜେଡିର ମେଣ୍ଟ ଦଳ ପୂର୍ବାହ୍ନ 11ଟା ସୁଦ୍ଧା 42ଟି ସିଟ୍‌ରେ ଆଗରେ ରହିଥିବା ବେଳେ ବିଜେପି ଏକାକି 28 ସିଟ୍‌ରେ ଆଗରେ ରହିଛି । ସେହିଭଳି ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା 4, ଆଜସୁ 3 ଓ ଅନ୍ୟାନ୍ୟ ଦଳ 4ଟି ସିଟ୍‌ରେ ଆଗରେ ରହିଛନ୍ତି ।

ELECTION

ତେବେ ପୂର୍ବରୁ ଆସିଥିବା ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ର ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡରେ ବିଜେପି ସରକାର ଗଠନ କରିପାରିବ ନାହିଁ ବୋଲି ଦର୍ଶାଯାଇଥିବା ବେଳେ କଂଗ୍ରେସର ମେଣ୍ଟ ଦଳ ସରକାର ଗଠନ କରିବ ବୋଲି କୁହାଯାଇଛି । ଅନ୍ୟପଟେ ବର୍ତ୍ତମାନ ସ୍ଥିତିକୁ ଦେଖି ବିଜେପି ଆଜ୍‌ସୁ ସହ ହାତ ମେଳାଇବା ପାଇଁ ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି । ଯଦି ଆଜ୍‌ସୁ ବିଜେପି ସହ ହାତ ମିଶାଇ ଦିଏ ତେବେ ବିଜେପି ସରକାର ଗଠନ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Raghubar-Das
BJP-Raghubar Das

81ଟି ସିଟ୍‌ରେ ମତଦାନ ହୋଇଥିଲା । ପାଞ୍ଚଟି ପର୍ଯ୍ୟାୟରେ 30 ନଭେମ୍ବରରୁ 20 ଡିସେମ୍ବର ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ଇଭିଏମ୍‌ରେ ବନ୍ଦ ଥିବା ନେତାଙ୍କ ଭାଗ୍ୟ ଆଜି ଖୋଲିବ । କିଏ ବାଜିମାରିବ ତ କିଏ ସାଇଲେଣ୍ଟ ରହିବ । ତେବେ କିଛି କିଛି ସ୍ଥାନରେ ସବୁଠାରୁ ଅଧିକ 28 ରାଉଣ୍ଡ ଗଣତି ହେବାକୁ ଥିବା ବେଳେ କିଛି ସ୍ଥାନରେ ଦୁଇ ରାଉଣ୍ଡ ଗଣତି ହେବ ବୋଲି ଜଣାପଡ଼ିଛି । ନିର୍ବାଚନ ଆୟୋଗ ପକ୍ଷରୁ ଗଣତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

JMM Sibu Soren
JMM-Sibu Soren

ନଜରରେ ଜାମ୍‌ସେଦ୍‌ପୁର ସିଟ୍‌
ଜମସେଦପୁର ପୁର୍ବ ସିଟ୍‌ରେ କିଏ ବାଜିମାରିବ, ସେନେଇ ସମସ୍ତଙ୍କ ନଜର ରହିଛି । କାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଏହି ସିଟ୍‌ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଏହି ସିଟ୍‌ରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ 1995ରୁ ଜିତି ଆସିଛନ୍ତି । ତାଙ୍କ ବିପକ୍ଷରେ ରହିଛନ୍ତି ତାଙ୍କ ପୂର୍ବତନ ସହଯୋଗୀ ସରୟୁ ରାଏ । ସରୟୁ ରାଏ ପୂର୍ବରୁ ରାଘୁବର ଦାସଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ବିଜେପିରୁ ସରୟୁ ରାଏଙ୍କୁ ଟିକଟ ନମିଳିବାରୁ ସେ ଦଳ ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ରାସ୍ତାରେ କଣ୍ଟା ହେବାକୁ ଚେଷ୍ଟା କରିଛନ୍ତି ।

ଏକ୍‌ଜିଟ୍‌ ପୋଲ ରିପୋର୍ଟରେ ମେଣ୍ଟ ସରକାର !
ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏକ୍‌ଜିଟ୍‌ ପୋଲ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ମେଣ୍ଟ ସରକାର ଗଠନ ହେବ ବୋଲି କୁହାଯାଇଛି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡିର ମେଣ୍ଟକୁ 81 ବିଧାନସଭା ଆସନରୁ 38ରୁ 50 ସିଟ୍‌ ମିଳିପାରେ ବୋଲି ଆକଳନ କରାଯାଇଥିବା ବେଳେ ଭାରତୀୟ ଜନତା ପାର୍ଟିକୁ 22-32 ସିଟ୍‌ ମିଳିପାରେ ବୋଲି କୁହାଯାଇଛି ।

କଶିଶ ନ୍ୟୁଜ୍‌ ଏକ୍‌ଜିଟ୍‌ ପୋଲ ରିପୋର୍ଟ ଅନୁଯାୟୀ, ମେଣ୍ଟକୁ 37ରୁ 49 ସିଟ୍‌ ମିଳିପାରେ ବୋଲି କୁହାଯାଇଥିବା ବେଳେ ବିଜେପିକୁ 25ରୁ 30 ସିଟ୍‌ । ସେହିଭଳି ଆଇଏଏନ୍‌ଏସ୍‌-ସିଭୋଟର-ଏବିପି ସର୍ଭେର ରିପୋର୍ଟ ଅନୁଯାୟୀ ମେଣ୍ଟକୁ 37ରୁ 49 ସିଟ୍‌ ମିଳିବାର ସମ୍ଭାବନା ରହିଥିବା ବେଳେ ବିଜେପିକୁ 25ରୁ 30 ସିଟ୍‌ ମିଳିବାର ଆଶା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top