ଦେଶ

ଝାଡଖଣ୍ଡ ନିର୍ବାଚନ: କଡା ସୁରକ୍ଷାରେ ଶେଷ ହେଲା ତୃତୀୟ ପର୍ଯ୍ୟାୟ, ୪ଟା ସୁଦ୍ଧା ୫୭.୫୯ ପ୍ରତିଶତ ଭୋଟ

Jharkhand

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ 17ଟି ସିଟ୍‌ ପାଇଁ 57.59 ପ୍ରତିଶତ ମତଦାନ କରାଯାଇଛି । କଡା ସୁରକ୍ଷାର ସହିତ ତୃତୀୟ ଚରଣ ଭୋଟ ସନ୍ଧ୍ୟା 5ରେ ଶେଷ ହୋଇଛି । ଏହି ତୃତୀୟ ପର୍ଯ୍ୟାୟରେ ଅଧିକରୁ ଅଧିକ ଆଦିବାସୀ ସହରୀ ଅଞ୍ଚଳରେ କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ କରାଯାଇଥିଲା । 17 ଟି ସିଟ୍‌ରୁ  12ଟି ସିଟ୍‌ରେ ମତଦାନ 3ଟା ସୁଦ୍ଧା ଶେଷ ହୋଇଯାଇଥିଲା ।

ସିଲ୍ଲୀ, ଖିଜରୀ, କୋଡରମା, ବରହୀ, ବଡ଼କାଗାଁ, ମାଣ୍ଡୁ, ହଜାରୀବାଗ, ସିମରୀୟା, ଧନବାର, ଗୋମିୟା, ବେରମୀ ଓ ଇଚାଗଡରେ  ସକାଳ 7ଟାରୁ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା । ସେହିପରି ରାଞ୍ଚି, ହଟିଆ, କାଙ୍କେ, ରାମଗଢ, ଓ ବରକଠାରେ ସନ୍ଧ୍ୟା 5ଟା ସୁଦ୍ଧା ମତଦାନ ହୋଇଥିଲା କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ସେହିପରି ରାଞ୍ଚିର ଏକ ଭୋଟ କେନ୍ଦ୍ରରେ ମହେନ୍ଦ୍ର ସିଂହ ଧୋନି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top