ଦେଶ

ଝାଡଖଣ୍ଡ ନିର୍ବାଚନ: ଅପରାହ୍ନ ଗୋଟାଏ ସୁଦ୍ଧା ୪୫ ପ୍ରତିଶତ ମତଦାନ, ଭୋଟ୍‌ ଦେଲେ ଧୋନୀ

election

ନୂଆଦିଲ୍ଲୀ:  ଝାଡଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ 17 ଟି ସିଟ୍‌ ପାଇଁ 45.14 ପ୍ରତିଶତ ମତ ଦାନ କରାଯାଇଛି । ଏହି ତୃତୀୟ ପର୍ଯ୍ୟାୟରେ ଅଧିକରୁ ଅଧିକ ଆଦିବାସୀ ସହରୀ ଅଞ୍ଚଳରେ କଡା ସୁରକ୍ଷା ବଳୟ ମଧ୍ୟରେ  ମତଦାନ କରାଯାଇଥିଲା ।  17 ଟି ଆସନ ପାଇଁ  56 ଲକ୍ଷରୁ ଅଧିକ ମତଦାତା 309 ପାର୍ଥିଙ୍କ  ଭାଗ୍ୟର ନିଷ୍ପତ୍ତି କରିବେ ।  ମୁଖ୍ୟ ନିର୍ବାଚନ କମିଶନର  ବିନୟ କୁମାର ଚୌବେ  କହିଛନ୍ତି ଯେ,  17 ଟି ସିଟ୍‌ରେ  ଅପରାହ୍ନ  ଗୋଟିଏରେ  45.14 ପ୍ରତିଶତ ମତଦାନ ହୋଇଛି । କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ସେହିପରି ରାଞ୍ଚିର ଏକ ଭୋଟ କେନ୍ଦ୍ରରେ ମହେନ୍ଦ୍ ସିଂହ ଧୋନି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top