ମନୋରଞ୍ଜନ

ଝିଲିକ୍‌ଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ

Jhilik

ଭୁବନେଶ୍ୱର:  ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍‌ ଭଟ୍ଟଚାର୍ଯ୍ୟ । ସରିଲା ସମସ୍ତ କଳ୍ପନାଜଳ୍ପନା । ବଙ୍ଗିୟ ଅଭିନେତ୍ରୀ ଝିଲିକ୍‌ ଓଡ଼ିଆ ମୁଭିରେ ନିଜର ଦମ୍‌ଦାର ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟକୁ ଜିଣିଯାଇଥିଲେ । ତେବେ ଝିଲିକ୍‌ଙ୍କୁ ନେଇ ଅନେକ ଅଭିନେତାଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲେ ମଧ୍ୟ ଝିଲିକ୍‌ ସବୁକିଛିକୁ ଭୁଲ୍‌ ପ୍ରମାଣିତ କରିଦେଇଛନ୍ତି ।

ଲୋକପ୍ରିୟ ନାୟିକା ଝିଲିକ୍ ହେଲେ ଓଡ଼ିଆ ଘରର ବୋହୂ । ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କୁ ବିବାହ କରିଛନ୍ତି । ଏନେଇ ନିଜେ ଝିଲିକ୍ ଆଜି ସକାଳେ ସୋସିଆଲ୍ ମିଡିଆ ଜରିଆରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି । ଏଥିରେ ଝିଲିକ୍ ବାହାଘର ସମୟର ଫଟୋ ସେଆର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମେ ସମସ୍ତଙ୍କ ପ୍ରାର୍ଥନା ଓ ଆଶୀର୍ବାଦ କାମନା କରୁଛି । ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି ।

ଝିଲିକ୍ ଯେଉଁ ଫଟୋ ସେଆର୍ କରିଛନ୍ତି, ସେଥିରେ ପ୍ରୀତିରଞ୍ଜନ ତାଙ୍କ ମଥାରେ ସିନ୍ଦୂର ଦେଉଥିବାର ଦେଖିବାକୁ ମିଳିଛି । ଅନ୍ୟଟିରେ ଝିଲିକ୍‌ଙ୍କ ସହିତ ପ୍ରୀତିରଞ୍ଜନ ଓ ପ୍ରଫୁଲ ଘଡ଼େଇ ରହିଛନ୍ତି । ଏବେ ଝିଲିକ୍ ପକ୍କା ଓଡ଼ିଆଣୀ ପାଲଟିଯାଇଛନ୍ତି।

ସୂଚନାଯୋଗ୍ୟ, ଝିଲିକ୍ ୨୦୧୩ରେ ମୁକ୍ତିଲାଭ କରିଥିବା ପ୍ରଯୋଜକ ନିରଞ୍ଜନ ରଣାଙ୍କ ଓଡ଼ିଆ ଛବି ‘ଟାର୍ଗେଟ୍‌’ରୁ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଆଉ ତାପରେ ସେ ପଛକୁ ଫେରିନଥିଲେ । ଗୋଟିଏ ପରେ ଗୋଟିଏ ହିଟ୍‌ ଓଡ଼ିଆ ଫିଲ୍ମ ଦେଇ ସେ ଦର୍ଶକଙ୍କ ହୃଦୟ ଜିଣିଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top