X
Breaking News
ଟେକ୍ନୋଲୋଜି

ରିଲାଏନ୍ସର ବଡ଼ ଘୋଷଣା: ୭୦୦ଟଙ୍କାରେ ମିଳିବ ଜିଓ ଗିଗାଫାଇବର, ଫ୍ରି ଏଲ୍‌ଇଡି ଟିଭି..

JIO

ମୁମ୍ବାଇ: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ୪୨ ତମ ବାର୍ଷିକ ବୈଠକ ଆୟୋଜିତ କରାଯାଇଥିଲା । କମ୍ପାନୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଜିଓର ୩୪୦ ମିଲିୟନରୁ ଅଧିକ ଉପଭୋକ୍ତା ହୋଇସାରିଛନ୍ତି ।  ଆସନ୍ତା ସେପ୍ଟେମ୍ବର ୫ରୁ ବାଣିଜ୍ୟକ ଜିଓ ଫାଇବର ସେବା ଆରମ୍ଭ ହେବ ।

JIO

୨ କୋଟି ଘରକୁ ଜିଓ ଫାଇବର ସେବା ଯୋଗାଣ ଲକ୍ଷ୍ୟ ଥିବାବେଳେ ୧୬୦୦ ସହରର ଦେଢ଼କୋଟି ବ୍ୟବସାୟିକ ସଂସ୍ଥାକୁ ସେବା ଯୋଗାଇବା ଲକ୍ଷ୍ୟ ରଖାଯାଇଛି ।ଏଥିସହିତ ସେ ଆହୁରି ମଧ୍ୟ ଜିଓର ଗୀଗାଫାଇବର ପ୍ଲାନ୍‌ ବିଷୟରେ ସୁଚନା ଦେଇଛନ୍ତି ।

JIO

୭୦୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ଜିଓ ଫାଇବାର ସେବା ପାଇପାରିବେ । ଜିଓ ଫାଇବର ସେବାରଉପଭୋକ୍ତା ଫିଲ୍ମି ରିଲିଜ୍‌ର ପ୍ରଥମ ଦିନରେ ଘରେ ଥାଇ ଦେଖିପାରିବେ । ସେହିପରି ମାସିକ ୫୦୦ ଟଙ୍କା ରିଚାର୍ଚ କଲେ ୧୦୦ ଏମବିପିଏସ ସ୍ପିଡ୍‌ର ଇଣ୍ଟରନେଟ୍‌ ମିଳିବ ।  ସେହିପରି ପ୍ରତିମାସରେ ୭୦୦ ଟଙ୍କା ରିଚାର୍ଜ କରିଲେ ଜିଓ ବ୍ରଣ୍ଡବ୍ୟାଣ୍ଡ ସେବା ପାଇପାରିବେ ଉପଭୋକ୍ତା ।

 

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top