ଟେକ୍ନୋଲୋଜି

ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା, ଭାରତରେ ଲଞ୍ଚ ହେବାକୁ ଯାଉଛି ୱାର୍ଲ୍ଡ କ୍ଲାସ୍‌ 5G ସେବା !

jio mukesh amabani

ନୂଆଦିଲ୍ଲୀ: ଭାରତରେ ହେବ ନିଜସ୍ୱ ବିଶ୍ୱସ୍ତରୀୟ ୫ଜି ଟେକ୍ନୋଲୋଜି । ମୁକେଶ ଅମ୍ବାନୀ ଏନେଇ କରିଛନ୍ତି ବଡ ଘୋଷଣା । ଚାଇନା କମ୍ପାନୀ ହୁୱାଇକୁ ଟକ୍କର ଦେବ ଜିଓ  ୫ଜି ଟେକ୍ନୋଲୋଜି । ଭାରତର ସର୍ବବୃହତ୍ତ ଟେଲିକମ୍ କମ୍ପାନୀ ଜିଓ ଆଣୁଛି ୱାର୍ଲ୍ଡ କ୍ଲାସ୍‌ ୫ଜି ।

ଚୀନ୍‌ର ଟେଲିକମ୍ ଉପକରଣ ନିର୍ମାତା ହୁୱାଇକୁ ଭାରତରୁ ଆଉ ଏକ ଝଟକା । ଭାରତର ସର୍ବବୃହତ୍ତ ଟେଲିକମ୍ କମ୍ପାନୀ ଜିଓ ଘରୋଇ ଟେକ୍ନୋଲୋଜି ବ୍ୟବହାର କରି ୫ଜି ଟେକ୍ନୋଲୋଜି ବିକଶିତ କରିଛି  । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଆଜି ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଭାରତରେ ନିର୍ମିତ ଏହି ଜିଓ ୫ଜି ଟେକ୍ନୋଲୋଜି ଅନ୍ୟ ଦେଶକୁ ପ୍ରଦାନ କରାଯାଇପାରିବ ।

ଏଥିସହିତ ଆସନ୍ତା ବର୍ଷ ଠାରୁ ଜିଓ ୫ଜିର ଫିଲ୍ଡ ନିୟୋଜନ ସେବା ଆରମ୍ଭ ହେବ । ଜିଓର ୫ଜି ସମାଧାନ ଅନ୍ୟ ଟେଲିକମ୍ ଅପରେଟରଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ । ଭାରତରୁ ଡାଟା ଚୋରି କରିବା ସହ ବିଶ୍ୱରେ ଗୁଇନ୍ଦା ହରକତ କରୁଥିବା ଚୀନ ଏବଂ ଏହାର ଟେଲିକମ ସଂସ୍ଥାମାନଙ୍କୁ ଏହା ସବୁଠାରୁ ବଡ଼ ଝଟକା ହେବ ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top