ଟେକ୍ନୋଲୋଜି

ଜିଓରୁ ଅନ୍ୟ ନେଟ୍‌ୱର୍କକୁ କଲ୍ କଲେ ଲାଗିବ ଅତିରିକ୍ତ ଶୁଳ୍କ

jio

ଅର୍ଗସ ବ୍ୟୁରୋ:  ଜିଓରୁ ଅନ୍ୟ ନେଟ୍‌ୱର୍କକୁ କଲ୍ କଲେ ଲାଗିବ ଅତିରିକ୍ତ ଶୁଳ୍କ  ।  ଏଣିକି ଜିଓ ବ୍ୟତୀତ ଅନ୍ୟ ନେଟ୍‌ୱର୍କକୁ କଲ୍ କଲେ ମିନିଟ ପିଛା ଲାଗିବ ୬ ପଇସା । ଅକ୍ଟୋବର ୧୧ରୁ ଅସ୍ଥାୟୀ ଭାବେ ଲାଗୁ ହେବ  ଏହି ଅତିରିକ୍ତ IUC ଶୁଳ୍କ । କିନ୍ତୁ ପୂର୍ବଭଳି  ଜିଓରୁ ଜିଓ ନେଟ୍‌ୱର୍କ ଓ ଜିଓରୁ ସବୁ ଲ୍ୟାଣ୍ଡଲାଇନ୍‌କୁ କଲ୍ ଏବେ ବି ମାଗଣା ରହିଛି ।

IUC ହେଉଛି ଅନ୍ୟ ଅପରେଟର ସହ ସଂଯୋଗ ପାଇଁ ୟୁଜର ଚାର୍ଜ । TRAI ନିର୍ଦ୍ଧାରିତ IUC ଶୁଳ୍କ ଯୋଗୁଁ ଜିଓ କ୍ଷତି ସହୁଛି । ତେବେ ଏହି ସମସ୍ୟାକୁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(TRAI) ଦ୍ୱାରା ସମାଧାନ କରାଯିବା ପାଇଁ ପ୍ରୟାସ ଚାଲିଛି । କିନ୍ତୁ  ଏହାର ଫଳାଫଳ ଆସିବା ପାଇଁ  କିଛି ସମୟ ଲାବିବ ।  ହେଲେ ରିଲାନ୍ସ ଜିଓ IUC ଦ୍ୱାରା ହେବାକୁ ଯାଉଥିବା କ୍ଷତିକୁ ପୂରଣ କରିବାକୁ ଯାଇ ଏହି  ବଡ଼ ନିଷ୍ପତ୍ତି ନେଇଛି କମ୍ପାନୀ ।  ସେନେଇ  ଜିଓରୁ ଅନ୍ୟ ନେଟ୍‌ୱର୍କକୁ କଲ୍ କଲେ ଏବେ  ଶୁଳ୍କ ଲାଗିବ ବୋଲି ଘୋଷଣା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top