ଖେଳ

କରୋନା ଯୋଗୁଁ ଏଯାଏଁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କରି ନାହାଁନ୍ତି ଜୋଫ୍ରା ଆରଚର

ଅର୍ଗସ ବ୍ୟୁରୋ : ମହାମାରୀ କରୋନାରେ କ୍ରୀଡା ଜଗତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ସମସ୍ତ କ୍ରୀଡା ପ୍ରତିଯୋଗିତା  ବନ୍ଦ ଥିବାରୁ କ୍ରୀଡ଼ାବିତ ମାନେ ଘରେ ରହିଥିଲେ। ତେବେ ଧୀରେ ଧୀରେ ସ୍ଥିତି ସୁଧୁରିବା ଫଳରେ ବିଭିନ୍ନ ଦେଶର କ୍ରିକେଟ ଖେଳାଳିମାନେ ଏବେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି।

ଇଂଲଣ୍ଡ ଦଳ ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କରିସାରିଥିବାବେଳେ ଏଯାଏଁ ଦଳରେ ଯୋଗ ଦେଇ ନାହାନ୍ତି ଦଳର ଯୁବ ଫାଷ୍ଟ ବୋଲର ଜୋଫ୍ରା ଆରଚର। ପୂର୍ବରୁ ଥରେ ଆରଚର କରୋନା ପରୀକ୍ଷା କରାଇଥିଲେ ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହା ସହ ସେ ଆଉଥରେ ତାଙ୍କର ନମୁନା ଆଜି ପରୀକ୍ଷା କରାଇବେ। ଯଦି ତାଙ୍କର ନମୁନା ଆଜି ନେଗେଟିଭ ଆସେ ତେବେ ସେ ଦଳ ସହ ଯୋଗ ଦେବେ ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି।

 ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଥିବା 29 ଜଣିଆ ପାକିସ୍ତାନୀ ଦଳରୁ 10 ଜଣଙ୍କ ନମୁନା ପଜିଟିଭ ଆସିଛି। ପୂର୍ବତନ ପାକିସ୍ତାନ ଅଧିନାୟକ ସାହିଦ ଆଫ୍ରିଦି ଏବଂ ପୂର୍ବତନ ବାଙ୍ଗଲାଦେଶ ଅଧିନାୟକ ମସର୍ଫି ମୋତାଜା ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top