ନ୍ୟୁଜ୍

ବିଜେଡି ବିଧାୟକଙ୍କ ଦାଦାଗିରି: ‘ଚୁପ ରହ ନହେଲେ ମାରି ଦେବି’

Captain Dibysankar Mishra

କଳାହାଣ୍ଡି: ଧମକେଇଲେଣି ବିଧାୟକ । ନିକଟରେ ଜୁନାଗଡ ବିଧାୟକ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ବାଡେନଠାରେ ଏକ ସଭାରେ ଯୋଗଦେଇଥିଲେ । ତେବେ ଏହି ସମୟରେ ଜଣେ ଭିନ୍ନକ୍ଷମ ଯୁବକ କିଛି କହିବା ପାଇଁ ଉଦ୍ୟମ କରୁଥିବା ସମୟରେ ସର୍ବସମ୍ମୁଖରେ ଯୁବକଙ୍କୁ ଧମକାଇଥିଲେ ବିଧାୟକ । ବିଧାୟକଙ୍କ ଏଭଳି ଅଭଦ୍ରାମିକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ଜୁନାଗଡ ବିଧାୟକ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଏତେ ମାତ୍ରାରେ ରାଗି ଗଲେ ଯେ, ସମସ୍ତଙ୍କ ସମ୍ମୁଖରେ ଯୁବକ ଜଣକୁ ଚୁପ ରହ ନହେଲେ ମାରି ଦେବି କହି ଗର୍ଜି ଉଠିଥିଲେ ବିଧାୟକ । ବିଧାୟକଙ୍କ ଏହି କଥା ଦୁଇପଦର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସାଧାରଣ ଲୋକ ଏହାକୁ ନିନ୍ଦା କରିବା ସହ ବିଧାୟକଙ୍କ ଏହା ଅବିବେକି ପଣ ବୋଲି କହିଛନ୍ତି ।

ବିଧାୟକ ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନରେ ବଡଧରଣର ବିଫଳତା ପାଇଥିବା ବେଳେ ମହାନଦୀ ପାଇଁ ସଂଗ୍ରାମରୁ ନିଜକୁ ଦୂରେଇ ରଖୁଥିଲେ । ଯାହାକୁ ନେଇ ଦଳୀୟ ନେତୃବୃନ୍ଦ ତାଙ୍କ ଉପରେ ଖପ୍ପା ଥିବା ଜଣାପଡିଛି । ତେବେ ଏପରି ସମୟରେ ଏଭଳି ଧମକାଇବା ଦଳର ଭାବମୂର୍ତ୍ତିକୁ ନଷ୍ଟ କରୁଛି । ତେବେ ଲୋକ ପ୍ରତିନିଧିଙ୍କର ଲୋକଙ୍କ ପ୍ରତି ଏଭଳି ଆଚରଣ ଖୁବ୍ ଲଜ୍ଜାଜନକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top