ଅପରାଧ

ନିର୍ଭୟା ମାମଲା ଶୁଶାଣି ସମୟରେ ବେହୋସ ହେଲେ ବିଚାରପତି ଭାନୁମତି

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ବିଚାରପତି  ଭାନୁମତି କୋର୍ଟ ରୁମ୍‌ରେ ବେହୋସ୍‌ ହୋଇପଡିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଚ୍ୟାମ୍ବରକୁ ନିଆଯାଇଥିଲା । ଯାହାଦ୍ୱାରା ଶୁଣାଣିକୁ ସ୍ଥଗିତ କରିବାକୁ ପଡିଥିଲା ।

ରାୟ ଲେଖିବାର ଠିକ୍‌ କିଛି ସମୟ ପୂର୍ବରୁ ବିଚାରପତି ଭାନୁମତିଙ୍କ ମୁଣ୍ଡ ବୁଲାଇଥିଲା, ଏହାପରେ ସେ ବେହୋସ ହୋଇପଡିଥିଲେ । ପାଖାପାଖି 20-30 ସେକେଣ୍ଡ ପରେ ଯଷ୍ଟିସଙ୍କୁ ହୋସ ଆସିଥିଲା । ସୁତ୍ର ମୁତାବକ ଯଷ୍ଟିସ ଭାନୁମତିଙ୍କୁ  ଜ୍ୱର ହେବା ସହ  ରକ୍ତ ଚାପ ମଧ୍ୟ ବଢିଯାଇଛି ।  ତେଣୁ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top