ଦେଶ

ଆଜି ବିଜେପିରେ ସାମିଲ ହେବେ ସିନ୍ଧିଆ

ନୂଆଦିଲ୍ଲୀ: ଆଜି ବିଜେପିରେ ସାମିଲ ହେବେ ସିନ୍ଧିଆ । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ  ଇସ୍ତଫା ଦେବା ପରେ   ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହେବ ।  ଆଜି ଦ୍ୱିପ୍ରହରରେ  ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ  ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶର କଂଗ୍ରେସରୁ ସିନ୍ଧିଆ ଇସ୍ତଫା ଦେବା ପରେ  22 କଂଗ୍ରେସର ବିଧାୟକ ମଧ୍ୟ ପଦ ଛାଡିଛନ୍ତି । ତେବେ ଏହାପରେ ମଧ୍ୟପ୍ରଦେଶର କମଲନାଥ  ସରକାର ଉପରେ ସଙ୍କଟ ଦେଖିବାକୁ ମିଳିଛି ।

ବିଗତ ସମୟରେ ରାହୁଲଙ୍କ ଅତି ନିକଟତର ଥିବା ସିନ୍ଧିଆ ହୋଲିର ଉତ୍ସବରେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି ।  ତାଙ୍କ ଇସ୍ତଫାରେ ଗତ ଏକ ବର୍ଷର ଅବସ୍ଥାର କାରଣ ଦର୍ଶାଇଛନ୍ତି  ଆଉ ତାହାକୁ ହିଁ ମୁଖ୍ୟକାରଣ ଭାବେ ଦର୍ଶାଇଛନ୍ତି । ମଙ୍ଗବାର ଦିନ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍‌ ଶାହଙ୍କ ସହ ସାକ୍ଷାତ କରିଥିଲେ । ପ୍ରଥମେ ସୁଚନା ଥିଲା ଯେ ସିନ୍ଧିଆ ମଙ୍ଗଳବାର ଦିନ ବିଜେପିରେ ସାମିଲ ହେବେ କିନ୍ତୁ ଏହାକୁ  ବୁଧବାର ଦିନ ଧାର୍ଯ୍ୟ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top