ଦେଶ

“କଂଗ୍ରେସ ଆଉ ପୂର୍ବ ଭଳି ନାହିଁ”- ସିନ୍ଧିଆ

ନୂଆଦିଲ୍ଲୀ : କଂଗ୍ରେସରେ ୧୮ ବର୍ଷ ରହିବା ପରେ ବିଜେପିରେ ଯୋଗ ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ସଦସ୍ୟତା ଗ୍ରହଣ କରାଇଛନ୍ତି। ଏହି ଅବସରରେ ସିନ୍ଧିଆ କହିଛନ୍ତି ଯେ, ମୋ ଜୀବନରେ ଏଭଳି ୨ଟି ମୋଡ଼ ଆସିଛି ଯାହାକି ମୋର ଜୀବନରେ ପରିବର୍ତ୍ତନ ଆଣିଛି। ୩୦ ସେପ୍ଟେମ୍ବର ୨୦୦୧ରେ ମୁଁ ମୋ ପିତାଙ୍କ ହରେଇଥିଲି। ଏହା ପରେ ୨୦୨୦ ମାର୍ଚ୍ଚ ୧୦ରେ ତାଙ୍କର ୭୫ତମ ବର୍ଷପୂର୍ତ୍ତି ଥିଲା। ଆମ ଉଦ୍ଦେଶ୍ୟ ଜନସେବା ହେବା ଉଚିତ୍। ମୋ ପିତା ଏବଂ ମୁଁ ସର୍ବଦା ଏହି ଦିଗରେ କାମ କରିଛୁ। କଂଗ୍ରେସ ଏବେ ପୂର୍ବ ଭଳି ନାହିଁ।

ସିନ୍ଧିଆ ପୁଣି କହିଛନ୍ତି ଯେ, ଋଣଛାଡ ଏବଂ ରୋଜଗାର ଦେବା ପ୍ରତିଶୃତି ଦେଇ କଂଗ୍ରେସ ମଧ୍ୟପ୍ରଦେଶରେ ତାହାର ପ୍ରତିଜ୍ଞା ପୂରଣ କରିନାହିଁ। ବଦଳି ଏବଂ ଭ୍ରଷ୍ଟାଚାର ରାଜ୍ୟରେ ଲାଗି ରହିଲା। ଏନେଇ ମୁଁ ବ୍ୟଥିତ ଥିଲି। କଂଗ୍ରେସର ସ୍ଥାପନା ଯେଭଳି ହୋଇଥିଲା ଏବେ ଆଉ ସେଭଳି ନାହିଁ।

ଏହି ସମୟରେ ସିନ୍ଧିଆ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି କି, ଦେଶରେ ଇତିହାସରେ କାହାକୁ ଏତେ ମାତ୍ରାରେ ଜନାଦେଶ ମିଳି ନାହିଁ। ଥରେ ନୁହେଁ ଦୁଇ ଦୁଇ ଥର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top