ଟେକ୍ନୋଲୋଜି

ଆଜି କେ-4 ପରମାଣୁ ମିସାଇଲ ପରୀକ୍ଷଣ : ପାଣି ଭିତରେ ନିପାତ କରିବ ଶତ୍ରୁଙ୍କୁ

k-4 missile

ଅର୍ଗସ ବ୍ୟୁରୋ: ପଣ୍ଡୁବିରେ ଶତ୍ରୁ ଦେଶକୁ ଦମନ କରିବାର କ୍ଷମତାକୁ ଆହୁରୀ ମଜଭୁତ କରୁଛି ଭାରତ । ଆଜି ଆନ୍ଧ୍ର ପ୍ରଦେଶର ସମୁଦ୍ରରୁ 3,500 କିମି ପର୍ଯ୍ୟନ୍ତ ନିପାତ କରିବାର କ୍ଷମତା ଧାରଣ କରିଥିବା କେ-4 ପରମାଣୁ ମିସାଇଲର ପରୀକ୍ଷଣ କରାଯିବ । ଏହି ମିୁସାଇଲ ପ୍ରଣାଳୀକୁ ଡିଆରଡିଓ  ଅହିରନ୍ତ ଶ୍ରେଣୀର ପରମାଣୁ ପଣ୍ଡୁବିଓ ପାଇଁ ପ୍ରଶାରିତ କରିଛି । ଏହି ଶ୍ରେଣୀର ପଣ୍ଡୁବିଓ ପରମାଣୁ ଶକ୍ତି ସମ୍ପନ ଅଟେ ।

ଯୋଜନାଅନୁଯାୟୀ ଡିଆରଡିଓ ଶୁକ୍ରବାର ଦିନ ବିଶାଖାପଟ୍ଟନମ୍‌ ସମୁଦ୍ରରେ ପାଣି ଭିତରେ କେ-4 ପରମାଣୁ ମିସାଇଲର ପରୀକ୍ଷା କରିବ । ଟ୍ରାଏଲ ସମୟରେ ଡିଆରଡିଓ  ମିଶାଇଲ ପ୍ରଣାଳୀରେ ଉନ୍ନତ ପ୍ରଣାଳୀମାନଙ୍କର ପରୀକ୍ଷା କରିବ ।

K-4  ପାଣି ଭିତରେ ଚାଲିବାକୁ ଥିବା ଏହି ଦୁଇଟି ମିଶାଇଲ ଯାହାକୁ ବିକଶିତ କରାଯାଉଛି, ଦ୍ୱିତୀୟ ମିଶାଇଲ ନାଁ BO-5 ରହିଛି । ଯାହାର ଦମନ କ୍ଷମତା  ପାଖାପାଖି 700 କିମି ରହିଛି । ଏହା ବର୍ତ୍ତମାନ ସ୍ପଷ୍ଟ ହୋଇନି  ଯେ ଡିଆରଡିଓ  ମିଶାଇଲର ପରୀକ୍ଷା ଛୋଟ ବା ଲମ୍ବା ଦୂରତାରେ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top