ନ୍ୟୁଜ୍

ମଣ୍ଡିରୁ ଉଠୁନି ଧାନ, ରାଜରାସ୍ତାରେ ଚାଷୀ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡା ମଣ୍ଡିର ଚାଷୀମାନେ ଆଜି କୋକସରା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ମଣ୍ଡିରୁ ଧାନ ନ ଉଠିବା ଓ ଅଦିନିଆ ବର୍ଷାରେ ଧାନ ଭିଜି ଗଜା ହେବା ନେଇ ଆନ୍ଦୋଳନ କରିଥିଲେ। ତେବେ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସୂଚନାନୁଯାୟୀ, ଡେଙ୍ଗାଗୁଡା ମଣ୍ଡିର ୧୩୦ ଜଣ ଚାଷୀ ଟୋକନ ପଞ୍ଜିକରଣ ପରେ ମଧ୍ୟ ଧାନ ବିକ୍ରି କରିପାରି ନଥିଲେ। ଯାହାଫଳରେ ପାଖପାଖି ୫୦୦୦ କ୍ଵୁଣ୍ଟାଲ ଧାନ ପଡ଼ିରହିଛି। ଏପରିକି ଗଛିତ ହୋଇଥିବା କିଛି ଧାନ ଅଦିନିଆ ବର୍ଷାରେ ବତୁରି ଗଜା ହୋଇଛି। ଯାହାକୁ ନେଇ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି କୋକସରା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏହାପରେ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top