X
Breaking News
ନ୍ୟୁଜ୍

ସରକାରୀ ସହାୟତାଠୁ ବହୁ ଦୂରରେ ପଦ୍ମଶ୍ରୀ କମଳା ପୂଜାରୀ

Kamala

କୋରାପୁଟ: ପୁଣି ଚର୍ଚ୍ଚାରେ ଆଦିବାସୀ ମୁଲକର ପଦ୍ମଶ୍ରୀ କମଳା ପୂଜାରୀ । ବିରଳ ଦେଶୀ ଧାନ ପାଇଁ ଦିନେ ଆନ୍ତର୍ଜାତିକ ସମ୍ମାନ ହାସଲ କରି ଦେଶ ଓ ରାଜ୍ୟ ପାଇଁ ଗୈାରବ ଆଣିଥିଲେ କମଳା ଏବେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । କମଳାଙ୍କର 2 ଏକର ଜମି ରହିଥିବା ବେଳେ ଏହାକୁ ଦୁଇ ପୁଅ ଚାଷ କରନ୍ତି । ତେବେ ଏଥିରୁ କିଛି ଜମିରେ କଳା ଜିରା ଚାଷ କରୁଛନ୍ତି କମଳା । ଏଥିପାଇଁ ମହାଜନଙ୍କ ଠାରୁ କୁଇଣ୍ଟାଲ ପିଛା 12ଶହ ଟଙ୍କା କରଜ ଆଣିଥିବା କହିଛନ୍ତି କମଳା ।

ପଦ୍ମଶ୍ରୀରେ ସମ୍ମାନିତ ହୋଇ ମଧ୍ୟ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି କମଳା । ରାଜ୍ୟ ସରକାର କିଛି ମାସ ପୂର୍ବରୁ ପଦ୍ମଶ୍ରୀ ଉପାଧିଧାରୀଙ୍କୁ ମାସିକ ୧୦ ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ଘୋଷଣା କରିଥିଲେ  । ମାତ୍ର ଏହା କେବଳ ସରକାରୀ ଘୋଷଣାରେ ସୀମିତ ରହିଛି । ବାସ୍ତବରେ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ  ।

ପଦ୍ମଶ୍ରୀ ପୁରସ୍କାର ପାଇବା ସହ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ଅଛନ୍ତି କମଳା । ରାଜ୍ୟ ସରକାର ନିଜର ବ୍ରାଣ୍ଡ ସଜାଇ ବାହାବା ନେଉଥିବା ବେଳେ କମଳା କିନ୍ତୁ ଅବହେଳିତ ଅବସ୍ଥାରେ ଜୀବନ ସହ ସଂଗ୍ରାମ କରିୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top