ନ୍ୟୁଜ୍

ବିଧାୟକ ସାଲୁଗାଙ୍କ ଅଜବ ଯୁକ୍ତି, କହିଲେ ଯାହା କହିଛି ଠିକ୍‌ କହିଛି !

Saluga Pradhan

କନ୍ଧମାଳ: ଭିଡିଓ ଭାଇରାଲ ବିଷୟରେ ପଚାରିବାରୁ କ୍ଷୁବ୍ଧ ହେଲେ ଘୁ. ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ । ବିଧାୟକ ନିଜର ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ରଖି ପରୋକ୍ଷରେ ସେ ଯାହା କହିଛନ୍ତି ତାହା ଠିକ୍‌ ବୋଲି କହିଛନ୍ତି । ନିଜର ଦଳୀୟ ସଭାରେ କହି ଠିକ୍‌ କରିଛି ବୋଲି ଯୁକ୍ତି ବାଢିଛନ୍ତି ବିଧାୟକ ଶ୍ରୀ ପ୍ରଧାନ। ଭାଇରାଲ ଭିଡିଓ ଘଟଣାକୁ ନେଇ ଆମ ପ୍ରତିନିଧି ତାଙ୍କ ସହ ଯୋଗାଯୋଗ କରିବା ପରେ ସେ ବାଢ଼ିଛନ୍ତି ଏଭଳି ଅଜବ ଯୁକ୍ତି ।

ଆମ ପ୍ରତିନିଧି ତାଙ୍କୁ ନିଜ ବକ୍ତବ୍ୟ ବିଷୟରେ ପଚାରିବାରୁ କ୍ଷୁବ୍ଧ ହୋଇ ଯାହା ନାହିଁ ତାହା କହିଛନ୍ତି ସାଲୁଗା । ପୂର୍ବରୁ  ଭାଇରାଲ ହୋଇଥିବା ଭିଡିଓରେ ଯେଉଁମାନେ ଭୋଟ ଦେଇନ, ତାଙ୍କର କୌଣସି କାମ କରାଇଦେବି ନାହିଁ  ବୋଲି କହିଥିଲେ ସାଲୁଗା । ଆଉ ଏହାକୁ ଠିକ୍‌ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଟି ସହିତ ଲୋକ ପ୍ରତିନିଧିମାନେ ଦେଶ ସେବା କର, ଲୋକଙ୍କ ପାଖକୁ ଯାଅ, ଲୋକଙ୍କ କାମ କର ଆଦି କଥା କହୁଥିବା ବେଳେ ତାଙ୍କ ଦଳର ବିଧାୟକମାନଙ୍କର ଏପରି ବକ୍ତବ୍ୟ ସାଧାରଣରେ ସମାଲୋଚିତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top