ଦେଶ

ଜୟା ଉପରେ କଙ୍ଗନାଙ୍କ ବାର୍‌: ଶ୍ୱେତା, ଅଭିଷେକଙ୍କ କ୍ଷେତ୍ରରେ ଏହା ଘଟିଥିଲେ ଏପରି କହିଥାନ୍ତେ ?

ମୁମ୍ବାଇ : ‘ବଲିଉଡ଼କୁ ଜାଣିଶୁଣି ବଦନାମ କରାଯାଉଛି । କିଛି ଲୋକ ବଦନାମ କରୁଛନ୍ତି । ତେଣୁ ସରକାର ବଲିଉଡ଼ ସପକ୍ଷରେ ବାହାରନ୍ତୁ ବୋଲି ଜୟା ବଚ୍ଚନ କହିଛନ୍ତି । ଏପରିକି ବିଜେପି ସାଂସଦ ରବି କିଶନଙ୍କ ନାଁ ନନେଇ ଜୟା  କହିଛନ୍ତି ଯେ, କିଛି ଲୋକ ଯେଉଁ ଥାଳିରେ ଖାଉଛନ୍ତି, ସେଇ ଥାଳିରେ କଣା କରୁଛନ୍ତି ।’ ଜୟାବଚ୍ଚନଙ୍କ ଏଭଳି ମନ୍ତବ୍ୟର ଜବାବ ଦେଇଛନ୍ତି କଙ୍ଗନା ରାଣାୱତ ।

ଟ୍ୱିଟ ଯୋଗେ କଙ୍ଗନା କହିଛନ୍ତିଯେ, ‘ଜୟାଜୀ, ମୋ ଯାଗାରେ ଯଦି ଆପଣଙ୍କ ଝିଅ ଶ୍ୱେତାକୁ ଟିନଏଜରେ ମାଡ଼ ମରାଯାଇଥା’ନ୍ତା, ଡ୍ରଗ୍ସ ଦିଆ ଯାଇଥା’ନ୍ତା ଓ ଶୋଷଣ ହୋଇଥା’ନ୍ତା ତେବେ ଆପଣ କ’ଣ ଏମିତି କହିଥା’ନ୍ତେ ? ଯଦି ଅଭିଷେକଙ୍କୁ ସୁଶାନ୍ତ ଭଳି ଲଗାତର ଶୋଷଣ କରିବା ଭଳି କଥା କୁହାଯାଇଥା’ନ୍ତା ଓ ସେ ରଶିରେ ଝୁଲିଥା’ନ୍ତେ ତେବେ ଆପଣ କ’ଣ ଏମିତି କହିଥା’ନ୍ତେ ? ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟଯେ, ଜୟା କହିଥିଲେ ଯେ, ଦେଶରେ କୌଣସି ସମସ୍ୟା ଆସିଲେ ବଲିଉଡ଼ରୁ ଅଧିକାଂଶ ଲୋକ ସହାୟତା ଦେବା ପାଇଁ ଠିଆ ହେଉଛନ୍ତି । ବଲିଉଡ଼କୁ ବଦନାମ କରାଯାଉଥିବାରୁ ତାହା ତାଙ୍କୁ ପୀଡ଼ା ଦେଉଛି । ବଲିଉଡ଼ ସହ ସଂପୃକ୍ତ ବ୍ୟକ୍ତି ବି ବଲିଉଡ଼ ବିରୋଧରେ କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଜୟା ବଚ୍ଚନ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top