ଦେଶ

‘ସୁଇସାଇଡ୍ ନୁହେଁ, ପ୍ଲାନ୍ ମର୍ଡର’: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ କଙ୍ଗନାଙ୍କ ବଡ଼ ବୟାନ

kangana

ମୁମ୍ବାଇ:  ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଭିନ୍ନ ମୋଡ଼ ନେବାରେ ଲାଗିଛି । କାହିଁକି ସୁଇସାଇଡ କଲେ ସୁଶାନ୍ତ ? କାହିଁକି ଡିପ୍ରେସନରେ ଥିଲେ ଏହି ଇଞ୍ଜିନିୟରିଂ ରାଙ୍କ ହୋଲଡର ? ବଲିଉଡରେ ନ୍ୟୁ କମରମାନଙ୍କୁ କାହିଁକି ଦିଆଯାଉନି ଚାନ୍ସ ? ଏଭଳି ଅନେକ ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ତେବେ ଏହାରି ଭିତରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବଲିଉଡ ଇଣ୍ଡଷ୍ଟ୍ରିର ପୋଲ ଖୋଲିଛନ୍ତି ।

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଶୋକ ପ୍ରକାଶ କରିବା ସହ ବଲିଉଡ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି କଙ୍ଗନା । ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କିନ୍ତୁ କିଛି ଲୋକ ଏହାକୁ ଓଲଟା ରଙ୍ଗ ଦେବାରେ ମାହିର ଅଛନ୍ତି । ଯାହାର ମସ୍ତିଷ୍କ କମଜୋର ସେମାନେ ଡିପ୍ରେସନରେ ଆସି ଆତ୍ମହତ୍ୟା କରନ୍ତି । ଯିଏ ଇଞ୍ଜିନିୟରିଂରେ ଟପ୍ କରିଛି, ରାଙ୍କ ହୋଲଡର, ତା ମସ୍ତିଷ୍କ କିଭଳି କମଜୋର ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା ।

ଯଦି ଆପଣମାନେ ତାଙ୍କର (ସୁଶାନ୍ତ) କିଛି ଲାଷ୍ଟ ପୋଷ୍ଟ ଦେଖିବେ ଜାଣିପାରିବେ, ସେ ସବୁବେଳେ କହୁଥିଲେ ତାଙ୍କ ଫିଲ୍ମ ଦେଖନ୍ତୁ ନହେଲେ ତାଙ୍କୁ ଇଣ୍ଡଷ୍ଟ୍ରିରୁ ବାହାର କରିଦେବେ । ତାଙ୍କର କେହି ଗଡ୍ ଫାଦର ନାହାନ୍ତି । ଏମିତି ଏକ ଘଟଣା ପାଇଁ ମୁଁ ହଇରାଣରେ ଅଛି ଯେ ଏଥିରେ କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି କୁଇନ୍ କଙ୍ଗନା ।

୬ ବର୍ଷର କ୍ୟାରିୟରରେ କାଇ ପୋ ଛେ ଭଳି ପିଲ୍ମ ଦେଇଥିବା ସୁଶାନ୍ତଙ୍କ କୌଣସି ଆୱାର୍ଡ ମିଳିଲାନି । ଛିଛୋରେ ଭଳି ଫିଲ୍ମିକୁ ବି ଆୱାର୍ଡ ମିଳିଲାନି । ଗଲି ବୟ ଭଳି ଫିଲ୍ମକୁ ଆୱାର୍ଡ ମିଳୁଛି । ଆପଣଙ୍କ ପାଖରୁ ଆମର କିଛି ଦରକାର ନାହିଁ । କିନ୍ତୁ ଆମେ ଯେଉଁ କାର୍ଯ୍ୟ କରୁଛି ଅତିକମରେ ସେଥିରେ ତ ସମର୍ଥନ ମିଳୁ । କାହିଁକି ମୋ ଉପରେ ୬ କେସ୍ ଲଗାଗଲା ଏବଂ କାହିଁକି ମୋ ଫିଲ୍ମକୁ ଫ୍ଲଫ୍ ଘୋଷିତ କରାଗଲା ବୋଲି ମଧ୍ୟ ପଚାରିଛନ୍ତି କଙ୍ଗନା ।

ଏହାସହ ସେ ଆହୁରି କହିଛନ୍ତି, ‘ଲୋକ ଫୋନ କରି କହୁଛନ୍ତି ତୁମର ଖରାପ ସମୟ ଚାଲିଛି ।ଲୋକେ ଏମିତି କଣ ପାଇଁ କହୁଛନ୍ତି ? ମୋ ମୁଣ୍ଡରେ ଏମିତି କଥା କାହିଁ ଭରୁଛନ୍ତି । ଏହା ସୁଇସାଇଡ୍ ନଥିଲା, ଏହା ପ୍ଲାନ ମର୍ଡର । ସୁଶାନ୍ତଙ୍କ ଭୁଲ ଥିଲା ସେ ତାଙ୍କ କଥା ମାନିଗଲେ କି ତୁମେ ୱାର୍ଥଲେସ୍ । ସେ ତାଙ୍କ ମାଙ୍କ କଥା ଶୁଣିଲେନି । ଆମକୁ ବାଛିବାକୁ ପଡ଼ିବ ଇତିହାସ କିଏ ଲେଖିବ ।’

Click to comment

Leave a Reply

Your email address will not be published. Required fields are marked *

Most Popular

To Top