ମନୋରଞ୍ଜନ

ଆଦିତ୍ୟଙ୍କୁ ନିଜ ପ୍ରଶ୍ନ ବାଣରେ ଘେରିଛନ୍ତି କଙ୍ଗନା

kangna

ମୁମ୍ୱାଇ:  ସୁଶାନ୍ତ ସିଂ ମୃତ୍ୟୁ ଘଟଣାକୁ ନେଇ ନିଜର ନିରବତା ଭାଙ୍ଗିଛନ୍ତି ଆଦିତ୍ୟ ଠାକରେ । ସେ ବର୍ତ୍ତମାନର ପରିସ୍ଥିତିକୁ ହୀନ ରାଜନୀତି କହିବା ପରେ ଆଦିତ୍ୟଙ୍କୁ ନିଜ ପ୍ରଶ୍ନ ବାଣରେ ଘେରିଛନ୍ତି କଙ୍ଗନା । ସୁଶାନ୍ତ ସିଂ ମୃତ୍ୟୁ ଘଟଣାକୁ ନେଇ ସେ ଆଦିତ୍ୟ ଠାକରେଙ୍କୁ କରିଛନ୍ତି ୭ଟି ପ୍ରଶ୍ନ । ଆଦିତ୍ୟ ଠାକରେଙ୍କୁ କଙ୍ଗନାଙ୍କ ୭ଟି ପ୍ରଶ୍ନ । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ନେଇ ପ୍ରତିଦିନ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ନିକଟରେ ମହାରାଷ୍ଟ୍ର ସରକାର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଥିଲେ ସୁଶାନ୍ତ ସିଂ ମୃତ୍ୟୁ ଘଟଣାକୁ ନେଇ ହୀନ ରାଜନୀତି ଚାଲିଛି । କିନ୍ତୁ ସେ ଧୈର୍ଯ୍ୟର ସହ କାମ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କେସ୍ ଦ୍ୱାରା ତାଙ୍କ ପରିବାର ଉପରକୁ କାଦୁଅ ଫିଙ୍ଗା ଚାଲିଛି ।

ବର୍ତ୍ତମାନ ଆଦିତ୍ୟଙ୍କ ବୟାନକୁ ନେଇ ତାଙ୍କୁ କାଠଗଡାକୁ ଟାଣିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । କଙ୍ଗନାଙ୍କ ଡିଜିଟାଲ ଟିମ୍ ନିଜର ପ୍ରଥମ ଟ୍ୱିଟରେ ଆଦିତ୍ୟଙ୍କୁ କଟାକ୍ଷ କରି ଲେଖିଛନ୍ତି ଯେ, ଡର୍ଟି ପଲିଟିକ୍ସ କରୁଛି କିଏ ? ତାଙ୍କ ବାପାଙ୍କୁ ମୁଖ୍ୟମନ୍ତ୍ରୀ ସିଟ୍ କେମିତି ମିଳିଥିଲା, ତାହା ମଧ୍ୟ ଡର୍ଟି ପଲିଟିକ୍ସର କେସ୍ ଷ୍ଟଡି । ତେବେ ଏ ସବୁ ଛଡା ଥରେ ତାଙ୍କ ବାପାଙ୍କୁ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ କେବଳ କିଛି ପ୍ରଶ୍ନ ପଚାରିଦିଅନ୍ତୁ । ଆଉ ପ୍ରଥମ ପ୍ରଶ୍ନ- ରିଆ ଚକ୍ରବର୍ତ୍ତୀ କେଉଁଠି ? ଏହାପରେ କଙ୍ଗନା ନିଜ ଦ୍ୱିତୀୟ ଟ୍ବିଟରେ ଲେଖିଛନ୍ତି ଯେ, ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏଫଆଇଆର କାହିଁକି ରେଜିଷ୍ଟର କରିନଥିଲେ ? ତୃତୀୟ ପ୍ରଶ୍ନ, ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଫେବୃଆରୀ ମାସରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା, ତେବେ ମୁମ୍ବାଇ ପୋଲିସ ଗୋଟିଏ ଦିନରେ ଏହି ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ କାହିଁକି ଚାହୁଁଛି ? କଙ୍ଗନାଙ୍କ ଡିଜିଟାଲ ଟିମ ନିଜର ତୃତୀୟ ଟ୍ବିଟରେ ଲେଖିଛି ଯେ, କାହିଁକି ଆମ ପାଖରେ କୌଣସି ଫରେନ୍ସିକ୍ ଏକ୍ସପର୍ଟ କିମ୍ବା ସୁଶାନ୍ତଙ୍କ ଫୋନ ଡାଟା ନାହିଁ ।

ଯାହା ଦ୍ୱାରା ଜଣାପଡିବ ଯେ, ତାଙ୍କ ମୃତ୍ୟୁର ଗୋଟିଏ ସପ୍ତାହ ପୂର୍ବରୁ ସେ କାହା କାହା ସହିତ କଥା ହୋଇଥିଲେ ? ପଂଚମ ପ୍ରଶ୍ନ ଥିଲା- ବିହାର ଆଇପିଏସ ବିନୟ ତିୱାରୀଙ୍କୁ କ୍ୱାରେଂଟିନ ନାଁରେ ଲକ୍ କରି କାହିଁକି ରଖାଯାଇଛି ? ପ୍ରଶ୍ନ ନମ୍ବର ୬- ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ଏତେ ଡରୁଛି କାହିଁକି ? ଏହାପରେ ଟିମ୍ ନିଜର ସପ୍ତମ ତଥା ଶେଷ ପ୍ରଶ୍ନ ରଖିଛି ଯେ, ରିଆ ଓ ପରିବାର ଲୋକମାନେ ସୁଶାନ୍ତଙ୍କ ଠାରୁ ଏତେ ଟଙ୍କା ନେଇ କାହିଁକି ଖର୍ଚ୍ଚ କରିଛନ୍ତି । ଏହିଭଳି କିଛି କଡା ତଥା ରୋକଠୋକ ପ୍ରଶ୍ନ ସହ ଆଦିତ୍ୟ ଠାକରେଙ୍କୁ ଘେରିଛନ୍ତି ଟିମ୍‌ କଙ୍ଗନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top