ନ୍ୟୁଜ୍

ପୁଣି ପଙ୍ଗା ନେଲେ କଙ୍ଗନା, କହିଲେ ଇନ୍ଦିରାଙ୍କ ଭଳି ମହିଳା ହିଁ ଦୁଷ୍କର୍ମକାରୀଙ୍କୁ ଜନ୍ମ ଦେଇଥାନ୍ତି..

KANGNA RANAWAT

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ୱତ । ଆଇନ୍‌ଜୀବୀ ଇନ୍ଦିରା ଜୟସିଂହଙ୍କ ବୟାନ୍‌ ଉପରେ କଡ଼ା ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଙ୍ଗନା । ସାରା ଦେଶରେ ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦୋଷୀଙ୍କୁ ଫାଶୀ ଖୁବ୍‌ଶୀଘ୍ର ଫାଶୀ ନେଇ ଦାବି କରାଯାଉଛି । ତେବେ ଏହି ଘଟଣାରେ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟାଙ୍କ ମା’ଙ୍କୁ କହିଥିଲେ ଯେ ଦୋଷୀଙ୍କୁ କ୍ଷମା କରିଦିଅନ୍ତୁ । ତେବେ ଏହି ଘଟଣାରେ ସେତେବେଳେ ନିର୍ଭୟାଙ୍କ ମା’ ଆଇନଜୀବୀ ଇନ୍ଦିରାଙ୍କୁ ଉତ୍ତମ ମଧ୍ୟମ ଶୁଣାଇଥିଲେ ।

Kangna indiraJaiging

ତେବେ ଇନ୍ଦିରାଙ୍କ ସେହି ସମାନ ବୟାନ୍‌ ଉପରେ ବଲିଉଡ୍‌ର କୁଇନ୍‌ କଙ୍ଗନା କହିଛନ୍ତି ଯେ, ଇନ୍ଦିରାଙ୍କ ଭଳି ମହିଳା ହିଁ ଦୁଷ୍କର୍ମକାରୀଙ୍କୁ ଜନ୍ମ ଦେଇଥାନ୍ତି । ତାଙ୍କ ଭଳି ଆଇନଜୀବୀଙ୍କ କାରଣରୁ ଆଜି ପୀଡ଼ିତା ନ୍ୟାୟ ପାଇପାରୁ ନାହାନ୍ତି । କଙ୍ଗନାଙ୍କ ନୂଆ ଫିଲ୍ମ ପଙ୍ଗାର ପ୍ରମୋସନ ପାଇଁ ଆସିଥିବା ଏକ କାର୍ଯ୍ୟକ୍ରମରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ଆଇନଜୀବୀ ଇନ୍ଦିରା ଜୟସିଂହ କହିଥିଲେ ‘ଯେପରି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସୋନିଆ ଗାନ୍ଧୀ କ୍ଷମା କରି ଦେଇଛନ୍ତି । ସେହିପରି ନିର୍ଭୟାଙ୍କ ମା’ ମଧ୍ୟ ଦୋଷୀମାନଙ୍କୁ କ୍ଷମା କରିଦେବା ଦରକାର।’ ଏହି ମନ୍ତବ୍ୟ ପାଇଁ ତାଙ୍କୁ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିବା ବେଳେ କଙ୍ଗନା ଏନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି ।

କଙ୍ଗନା କହିଛନ୍ତି ଇନ୍ଦିରାଙ୍କ ଭଳି ମହିଳାଙ୍କୁ ବଳାତ୍କାରୀଙ୍କ ସହ ୪ ଦିନ ଜେଲ୍‌ରେ ରଖିବା ଉଚିତ୍ । କଙ୍ଗନା ଆହୁରି କହିଛନ୍ତି, ‘ନିର୍ଭୟାଙ୍କ ମାତାପିତା ଏତେ ବର୍ଷ ହେଲା ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି । ଏହା କିଭଳି ସମାଜ, ଯେଉଁଠି ଲୋକ ଚୁପ୍‌ ରହୁଛନ୍ତି । ଯଦି ସମାଜରେ ଏକ ଉଦାହରଣ ନ ରଖିପାରୁଛ ତେବେ ସମାଜରେ ରହିବାର ଲାଭ କ’ଣ ? ସେ ବଳତ୍କାରୀଙ୍କୁ ଛକ ମଝିରେ ବାନ୍ଧି ପିଟିବା ଉଚିତ୍‌ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top