ଅପରାଧ

ହାଇଦ୍ରାବାଦ, ଉନ୍ନାଓ ଏବେ ଫତେପୁରରେ ଲଜ୍ଜା, ଦୁଷ୍କର୍ମ ପରେ ଯୁବତୀଙ୍କୁ ଜିଅନ୍ତା ଜାଳିଲା ଦାଦା

rape

ନୂଆଦିଲ୍ଲୀ: ଫତେପୁରର ହୁସେନଗଞ୍ଜ ଥାନ ଅଞ୍ଚଳର ଏକ ଗାଁରେ ଯୁବତୀଙ୍କୁ  ଘରେ ଏକା ପାଇ ଯୁବକଙ୍କ ଦୁଷ୍କର୍ମ । ଦୁଷ୍କର୍ମ ପରେ ପୀଡିତାଙ୍କ ଦେହରେ ନିଆଁ ଲଗାଇ ସେଠାରୁ ଖସି ଯାଇଛି ଅଭିଯୁକ୍ତ । ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ହେଟଳ ହସ୍ପିଟାଲକୁ ରେଫର କରିଦିଆଯାଇଛି । ଅଭିଯୁକ୍ତ ଜଣଙ୍କ ସମ୍ପର୍କୀୟ ଦାଦା ହେବ ବୋଲି ପୀଡିତା ତାଙ୍କ ବୟାନରେ କହିଛନ୍ତି ।  ହାଇଦ୍ରାବାଦ, ଉନ୍ନାଓ ଏବେ ଫତେପୁର ହୁସେନଗଞ୍ଜର ଘଟାଣା ସମ୍ନାକୁ ଆସିଛି ।

ପୀଡିତା ଜଣଙ୍କ ତାଙ୍କ ବୟାନରେ କହିଛନ୍ତି ଯେ, 22 ବର୍ଷୀୟ ସମ୍ପର୍କୀୟ ଦାନା ତାଙ୍କ ଉପରେ ଖରାପ ଦୃଷ୍ଟି ରଖିଆସିଥିଲେ । ଶନିବାର ଦିନ ଦିପ୍ରହରରେ  ଘରେ କେହି ନଥିବାବେଳେ ପଶି ଆସିଥିଲା ଅଭିଯୁକ୍ତ।  ବିରୋଧ କରିବା ସତ୍ତ୍ୱେ ଦୁଷ୍କର୍ମ କରିଥିଲା । ପୀଡିତା ଜଣଙ୍କ ଯେତେବେଳେ ଏ କଥା ପରିବାରଙ୍କୁ କହିଦେବ କହିବାରୁ ଅଭିଯୁକ୍ତ ଦାଦା କିରୋସିନି ଢାଳି  ପୀଡିତାଙ୍କୁ  ଜଳାଇ ସେ ସ୍ଥାନରୁ ଫେରାର ହୋଇଯାଇଥିଲା । ପୀହିତା ଚିତ୍କାର କରି ବାହାରକୁ ପଳାଇଆସିଥିଲେ । ଏହାପରେ ଗାଁ ଲୋକ ଏକାଠି ହୋଇଯାଇଥିଲେ ।  ଏ ଘଟଣା ସମ୍ପର୍କରେ ପୋଲିସକୁ ସୁଚନା ଦେବାରୁ ପୋଲିସ୍‌  ଓ ଆମ୍ବୁଲାନ୍ସ  ପହଞ୍ଚି ପୀଡିତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top