ଅପରାଧ

ଗିରଫ ହେଲା କାନପୁର ସୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ବିକାଶ ଦୁବେ

କାନପୁର: ଗିରଫ ହେଲା କାନପୁର ସୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ବିକାଶ ଦୁବେ। ମଧ୍ୟପ୍ରଦେଶର ଉଜ୍ଜେନରୁ ଗିରଫ କରିଛି ପୋଲିସ । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍‌ଆଉଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶ ଦୁବେକୁ ଖୋଜୁଥିଲା । ଶେଷରେ ଆଜି ପୋଲିସ ବିକାଶକୁ ମଧ୍ୟପ୍ରଦେଶରୁ ଗିରଫ କରିଛି ।

ଶୁକ୍ରବାର କାନପୁରରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ୮ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ। ସେହି ଦିନଠାରୁ ବିକାଶ ଫେରାର ଥିଲା । ବିକାଶଙ୍କୁ ଗିରଫ କରିବା ପାଇଁ କାନପୁର ପୋଲିସ ତାଙ୍କ ନାଁରେ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top