X
Breaking News
ମନୋରଞ୍ଜନ

ସାମ୍ନାକୁ ଆସିଲା ଫିଲ୍ମ ‘କଲଙ୍କ’ର ପ୍ରଥମ ଟିଜର

kalanka
courtesy: www.timesnownews.com

ମୁମ୍ୱାଇ: କେହି ଜଣେ ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀଙ୍କୁ ତାଙ୍କ ହିଁ ଖେଳରେ ମାତ ଦେବା ପାଇଁ ଅଣ୍ଟାଭିଡିଛନ୍ତି । ଭଂସାଲୀ ‘ହମ୍ ଦିଲ ଦେ ଚୁକେ ସନମ’ ଠାରୁ ନେଇ “ବାଜିରାଓ ମସ୍ତାନୀ’ ଏବଂ “ପଦ୍ମାବତ’ ପର୍ଯ୍ୟନ୍ତ ଯେଉଁ ସବୁ ବଡ ବଡ ସିନେମା ତିଆରି କରିଛନ୍ତି ଯାହାର ତୁଳନା ବିତିଯାଇଥିବା ସିନେମା “ମୁଗଲେ ଆଜାମ’ ଏବଂ “ପାକିଜା’ ପରି ଫିଲ୍ମ ସହ କରାଯାଏ । ବର୍ତ୍ତମାନ ତାଙ୍କ ଫିଲ୍ମର ତୁଳନା “କଲଙ୍କ’ ସହ କରାଯାଉଛି । ତେବେ କରଣ ଜୋହରଙ୍କ ପାଇଁ ଏହା ଏକ ବଡ କଥା ଅଟେ ।

“କଲଙ୍କ’ର ଟିଜର “ଦେବଦାସ’ ପରି ଫ୍ରେମ ସହ ତୁଳନା କରାଯାଉଛି । ତେବେ ସାମ୍ନାକୁ ଆସିଛି ଫିଲ୍ମ କଲଙ୍କର ଟିଜର । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଫିଲ୍ମରେ ବଲିଉଡର ମାଧୁରି ଦିକ୍ଷିତ, ସୋନାକ୍ଷୀ ସିହ୍ନା, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର, ସଞ୍ଚୟ ଦତ୍ତ ଏବଂ ବରୁଣ ଧୱନଙ୍କ ପରି ବଡ ବଡ କଳାକାରମାନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମଟିକୁ ଅଭିଷେକ ବର୍ମନ ନିର୍ଦ୍ଦେଶନା ଦେଉଥିବାବଳେେ ଏହା ଧର୍ମା ପ୍ରଡକ୍ସନରେ ତିଆରି ହେଉଛି । ତେବେ ଫିଲ୍ମଟିର ଟିଜର ଖୁବ ଭଲ ହୋଇଥିବା ବେଳେ ବାକି ରହିଲା ଏହା କେବେ ପରଦାକୁ ଆସୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top