X
Breaking News
ମନୋରଞ୍ଜନ

ମଦର୍ସ ଡେ’ ପୂର୍ବରୁ ସଂକଳ୍ପ ନେଲେ କରୀନା, ପଢନ୍ତୁ କଣ କହିଲେ ବେବୋ..

kareena

ମୁମ୍ବାଇ:  ଆସନ୍ତାକାଲି ମଦର୍ସ ଡେ । ବିଶ୍ୱ ମାତୃତ୍ୱ ଦିବସ । ପ୍ରତ୍ୟେକ ମନୁଷ୍ୟର ଜୀବନରେ ମାଆର ଯୋଗଦାନ ସବୁଠାରୁ ଅଧିକ । ତେଣୁ ମାଆ ଶବ୍ଦର ପରିଭାଷା ହିଁ କହିବା କଷ୍ଟକର । ତେଣୁ ମଦର୍ସ ଡେ ପୂର୍ବରୁ ଅଭିନେତ୍ରୀ କରୀନା କପୁର ବଡ ସଂକଳ୍ପ ନେଇଛନ୍ତି । ଏଣିକି ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ଓ ଟୀକାକରଣ ପାଇଁ ସଚେତନତା ସୃଷ୍ଟି କରିବେ କରୀନା । ପ୍ରତ୍ୟେକ ଶିଶୁର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ବେବୋ ।

Taimur

ଶୁକ୍ରବାର ରେଡିଓ ଫର ଚାଇଲ୍ଡ ଆୱାର୍ଡ 2019ର ତୃତୀୟ ସଂସ୍କରଣ ଆୟୋଜିତ ହୋଇଥିଲା । ୟୁନିସେଫ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କରୀନା କହିଥିଲେ ଯେ, ମଦର୍ସରେ ପ୍ରତ୍ୟେକ ଶିଶୁକୁ ଜୀବିତ ରଖିବାର ପ୍ରତିଜ୍ଞା ନେବେ, ଶିଶୁ ଯେକୌଣସି ପରିସ୍ଥିତିରେ ଜନ୍ମ ନେଉ ନା କାହିଁକି ତାକୁ ବଞ୍ଚାଇ ରଖିବା ଦରକାର ଓ ଏହା ୟୁନିସେଫର ହ୍ୟାସଟ୍ୟାଗ ଏଭରୀଚାଇଲ୍ଡଅଲାଇଭକ୍ୟାମ୍ପେନ ।

ନିଜ ସମ୍ପର୍କରେ କରୀନା କହିଥିଲେ ଯେ, ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଟୀକାକରଣ ତାଲିକା ଅନୁସାରେ ସେ ନିଜ ପୁଅ ତୈମୁରକୁ ଟୀକା ଦେଉଛନ୍ତି । ସେହିପରି ଦେଶର ସମସ୍ତଙ୍କ ମାଆମାନଙ୍କୁ ଶିଶୁର ଟୀକାକରଣ ପାଇଁ ଆହ୍ୱାନ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top