ଦେଶ

କର୍ଣ୍ଣାଟକରେ ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ

Karnataka

ବେଙ୍ଗାଲୁର: କର୍ଣ୍ଣାଟକର 15ଟି ବିଧାନସଭା ସିଟ୍‌ ପାଇଁ ଉପନିର୍ବାଚନ ଆରମ୍ଭ ହୋଇଛି । ଏହି ଉପନିର୍ବାଚନ ପଳାଫଳରୁ ନିର୍ଣ୍ଣୟ ହେବ ଯେ,  କର୍ଣ୍ଣାଟକରେ  4 ମାସର ପୁରୁଣା ସରକାର ବିଜେପି ସେଠାରେ ପୁଣି ସରକାର ଗଢିବ କି ନାହିଁ ।  15 ଟି ସଟ୍‌ରୁ କମସେକମ୍‌ 6 ଟି ସିଟ୍‌ ଜିତିବା ୟେଦୁରପ୍ପା ସରକାର ପାଇଁ ବହୁତ ଜରୁରୀ ହୋଇପଡିଛି ।  ଏଠି କହି ରଖୁଛୁ ଯେ, କର୍ଣ୍ଣାଟକରେ ଉପନିର୍ବାଚନ ଅଠାନୀ, କଗବାଡ, ଗୋକକ, ୟେଲାପୁର, ହେରେକେରୁର, ରାନିବେନ୍ନୁର, ବିଜୟନଗୀର, ଚିବେଲାପୁର, କେ.ଆର.ପୁରା,  ୟଶବନ୍ତପୁରା, ମହାଲକ୍ଷ୍ମୀ ଲେଆଉଟ, ଶିବାଜୀନଗର, ହୋସାକୋଟେ, କେ.ଆର. ପେଟେ ପ୍ରଭୃତି ସିଟ୍‌ରେ ହେବ ।

ସୁଚନାନୁଯାୟୀ 15 ଟି ବିଧାନସଭା କ୍ଷେତ୍ରରେ 38 ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ଯେଉଁଥିରେ 19.25 ଲକ୍ଷ ପୁରୁଷ ଓ 18.52 ଲକ୍ଷ ମହିଳା ଶାମିଲ ଅଛନ୍ତି । 4185 ଭୋଟ କେନ୍ଦ୍ରରେ ଭୋଟ ହେବ । ଏହି ଭୋଟ କେନ୍ଦ୍ରରେ ଦିନତମାମ ଭୋଟ ପାଇଁ ପାଖାପାଖି 8,326 ବାଲେଟ ୟୁନିଟ୍‌ସ, 8,186 କଂଟ୍ରୋଲିଙ୍ଗ ୟୁନିଟ୍‌ସ ଓ 7,876 ବିବିପିଏଟି  ଉପସ୍ଥିତ ରହିବ । ସୁରକ୍ଷା ଦୃଷ୍ଟିରୁ 15 ଟି ବିଧାନସଭାରେ  21,000 ମତଦାତା ଅଧିକାରୀ ଓ ପାଖାପାଖି 19,000 ସୁରକ୍ଷାକର୍ମି ମୁତୟନ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top