ଦେଶ

ପୁଣି ଗାଲୁଆ ପ୍ରମାଣିତ ହେଲା ପାକିସ୍ତାନ: ଆଦାୟ କରିବ ଭାରତୀୟ ଶ୍ରଦ୍ଧାଳୁଙ୍କଠୁ ଶୁଳ୍କ

pak

ନୂଆଦିଲ୍ଲୀ: ପୁଣି ଗାଲୁଆ ପ୍ରମାଣିତ ହେଲା ପାକିସ୍ତାନ ।  କରତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ପୁନର୍ବାର ନିଜ କଥାରୁ ଓହରି ଯାଇଛି ।  ରିପୋର୍ଟ ଅନୁସାରେ 9 ନଭେମ୍ବରକୁ ମଧ୍ୟ ପାକିସ୍ତାନ ଶ୍ରଦ୍ଧାଳୁମାନଙ୍କଠୁ 20 ଡଲାର (ପାଖାପାଖି 1425 ଟଙ୍କା)ର ଶୁଳ୍କ ଆଦାୟ କରିବ । ଏହା ପୂର୍ବରୁ ପାକ୍‌ କହିଥିଲା ଯେ 9 ନଭେମ୍ବରକୁ  ଶ୍ରଦ୍ଧାଳୁମାନଙ୍କଠାରୁ ଶୁଳ୍କ ନେବ ନାହିଁ  । କିନ୍ତୁ ଏବେ ସେ ତା କଥାରୁ ଓହରିଯାଇଛି ।

ଆସନ୍ତାକାଲି ଭାରତୀୟ ସୀମାରେ ଥିବା କର୍ତ୍ତାରପୁର କରିଡରର ଉଦ୍‌ଘାଟନ ହେବା ଓ ଏହାକୁ  ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ପାକିସ୍ତାନ ଫି’ ଛାଡ଼ ପ୍ରସଙ୍ଗରେ ଗେମ୍‌ ଖେଳିବା ଆରମ୍ଭ କରିଛି । ଯେଉଁ ଶ୍ରଦ୍ଧାଳୁମାନେ ଗୁରୁଜୀଙ୍କ ଦର୍ଶନ ପାଇଁ ଆସିବେ ସେମାନଙ୍କୁ ନିୟମ ଅନୁଯାୟୀ ଟଙ୍କା ଦେବାକୁ ପଡ଼ିବ ବୋଲି ଏବେ ପାକିସ୍ତାନ ସରକାର  ସ୍ପଷ୍ଟ କହିଛି । ଅର୍ଥାତ୍ ପ୍ରତି ଭାରତୀୟ ଶ୍ରଦ୍ଧାଳୁଙ୍କ ପାଖରୁ ପାକିସ୍ତାନ ୨୦ ଡଲାର ଆଦାୟ କରିବ।

ସୂଚନାଯୋଗ୍ୟ ନଭେମ୍ୱର ୧ରେ ଇମ୍ରାନ୍ ଖାନ୍ ଟୁଇଟ୍ କରି କହିଥିଲେ “କର୍ତ୍ତାରପୁର ଉଦଘାଟନ ଓ ଗୁରୁଜୀଙ୍କର ୫୫୦ତମ ଜୟନ୍ତୀ ଦିନ ଭାରତୀୟ ଶ୍ରଦ୍ଧାଳୁଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ। କର୍ତ୍ତାରପୁର କରିଡରକୁ ଯେଉଁ ଶ୍ରଦ୍ଧାଳୁମାନେ ଆସିବେ, ସେମାନଙ୍କ ପାଇଁ କୌଣସି ପ୍ରକାରର ଭିସା ଦରକାର ନାହିଁ। ସେମାନେ କେବଳ ନିଜ ସହ ବୈଧ ଥିବା ଏକ ପରିଚୟପତ୍ର ଆଣିବେ।” ଏବେ ପାକିସ୍ତାନ ସରକାର ଏହି ପ୍ରସଙ୍ଗରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତିଶ୍ରୁତି ପ୍ରହଶନ ସଦୃଶ ହୋଇଛି। ମିଛୁଆ ପୁଣି ପ୍ରମାଣିତ ହୋଇଛି ପାକ୍‌ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top