ଖେଳ

ନିଜେ ଛକା ମାରି ନିଜର କାରର କାଚ ଭାଙ୍ଗିଲେ କେଭିନ ଓ ବ୍ରାଇନ

ଅର୍ଗସ ବ୍ୟୁରୋ : ପେମ୍ବ୍ରୋକରେ ଖେଳାଯାଇଥିବା ଏକ ବର୍ଷା ବାଧାପ୍ରାପ୍ତ ଟି-ଟ୍ୱେଣ୍ଟି ମ୍ୟାଚରେ 37 ବଲରୁ ବିସ୍ଫୋରକ 82 ରନର ଇନିଂସ ଖେଳିଛନ୍ତି ଆୟାରଲାଣ୍ଡ ବ୍ୟାଟସମାନ କେଭିନ ଓ ବ୍ରାଇନ। ଲେନଷ୍ଚର ପାଇଁ ଖେଳୁଥିବା କେଭିନ ଓ ବ୍ରାଇନ ନର୍ଥ- ୱେଷ୍ଟ ୱାରିୟସ ବିପକ୍ଷରେ ଏହି ଇନିଂସ ଖେଳିଛନ୍ତି। ଏହି ମ୍ୟାଚ ବେଳେ ଓ ବ୍ରାଇନଙ୍କ ଏକ ଛକାରେ ଷ୍ଟାଡିଅମ ବାହାରେ ଥିବା ତାଙ୍କ କାର ଉପରେ ବଲ ପଡିବା ଦ୍ୱାରା କାରର କାଚ ଭାଙ୍ଗିଯାଇଛି। ବର୍ଷା ଯୋଗୁଁ ଏହି ମ୍ୟାଚ 20 ଓଭର ପରିବର୍ତ୍ତେ 12 ଓଭର କରାଯାଇଥିଲା ଏବଂ ଏହି ମ୍ୟାଚରେ କେଭିନ ଓ ବ୍ରାଇନଙ୍କ ଦଳ ଡ଼ି. ଏଲ. ଏସ ମେଥଡ଼ରେ 24 ରନରେ ବିଜୟୀ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top