ଖେଳ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୋଆର ପ୍ରତିଭାବାନ ଷ୍ଟ୍ରାଇକରଙ୍କ ଚମକ

Khelo India

ଭୁବନେଶ୍ୱର: ଗୋଟିଏ ଗତିରୋଧ ମଧ୍ୟରେ ଖେଳ ଅଟକିଯିବା ସହିତ, ଏକ ଘଣ୍ଟାରୁ ଅଧିକ ସମୟର ଖେଳ ପରେ ଗୋଆ ୟୁନସିଭର୍ସିଟିର ମୁଖ୍ୟ ଏବଂ ସମର୍ଥନ ସଦସ୍ୟମାନେ ଚିନ୍ତିତ ହେବାର ସମସ୍ତ କାରଣ ରହିଥିଲା । ସେମାନେ ପ୍ରିୟ ହୋଇପାରନ୍ତି କିନ୍ତୁ ସେମାନେ ଆୟୋଜନକାରୀ କିଟ୍‌ ବିପକ୍ଷରେ ମଧ୍ୟ ଠିଆ ହୋଇଥିଲେ ଏବଂ ଏପରି ପରିଲକ୍ଷିତ ହେଉଥିଲା ଯେପରି ବିଜୟର ନିଷ୍ପତି ପାଇଁ ଗୋଟିଏ ଗୋଲ ହିଁ ସବୁକିଛି ଥିଲା ।

Khelo India

ଅଥଚ ସେମାନଙ୍କର ମୁଖ୍ୟ କୋଚ, ଗିରିଦେବୀ ଦେଶାଇ ଶାନ୍ତଚିତ ଥିଲେ । ସର୍ବ ଶେଷରେ ସେ ଜାଣିଥିଲେ ଯେ ଗୋଆ ୟୁନିଭର୍ସିଟି ମହିଳା ଟିମ୍‌ ପାଖରେ ଗୋଟିଏ ଟ୍ରମ୍ପକାର୍ଡ ଥିଲା, ଜଣେ ଏଭଳି ପ୍ରତିଭାବାନ ଷ୍ଟ୍ରାଇକର ଯାହାଙ୍କୁ ଭୁବନେଶ୍ୱର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ ପିଚ୍‌ରେ ଅନ୍ୟ କେତେକ ଶ୍ରେଷ୍ଠ ଖେଳାଳୀ ଭାବେ ପ୍ରତିଯୋଗୀତା କରିବେ । ସେମାନଙ୍କର ଏହି ଟ୍ରମ୍ପକାର୍ଡ, କରିସ୍ମା ସିର୍ଭୋଏକର କେବଳ ନିଜକୁ ସ୍କୋର ତାଲିକାରେ ରଖି ନ ଥିଲେ ବରଂ ପ୍ରତିଦ୍ୱନ୍ଦୀ ଦଳ ବିପକ୍ଷରେ କ୍ରମାଗତ ଭାବେ ଚାରୋଟି ଗୋଲ କରିଥିଲେ ।

Khelo India

ବହୁତ କମ୍ ବୟସରୁ ତାଙ୍କର ପ୍ରତିଭା ସୁଷ୍ପଷ୍ଟ ଥିଲା । ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରୁ ଫୁଟବଲ ଖେଳିବା ଆରମ୍ଭ କରିଥିଲେ । ତାଙ୍କ ଅଜ୍ଞାତରେ ସେ ପୂର୍ବରୁ ହିଁ ବଡ଼ ସଫଳତା ପାଇଁ ପ୍ରସ୍ତୁତ ହେଉଛନ୍ତି । ଚଳିତ ବର୍ଷ ପୂର୍ବରୁ କରିସ୍ମାଙ୍କୁ ସ୍ପେନରେ ପାଲାମୋଜ ସିଏଫ ସହିତ ପ୍ରଶିକ୍ଷିତ ହେବା ନିମନ୍ତେ ଚୟନ କରାଯାଇଥିଲା । ଜଣେ କମ ବୟସ୍କଙ୍କ ପାଇଁ ଏହା ଏକ ବୃହତ ପଦକ୍ଷେପ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top