ଅପରାଧ

ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ୨ ଦିନ ପୂର୍ବରୁ ଅପହରଣ ହୋଇଥିବା ନୟାଗଡ଼ର ଭାପୁର ଅଞ୍ଚଳର ବ୍ୟବସାୟୀ ସୁନିଲ ମହାନ୍ତିଙ୍କୁ ଉଦ୍ଧାର କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ମାହାଙ୍ଗା କୁମୁଡା ଅଂଚଳରୁ ଆଜି ସୁନିଲଙ୍କୁ ଉଦ୍ଧାର କରିଛି ପୋଲିସ । ଅପହରଣ ମାମଲାରେ ପୋଲିସ  ୩ ଜଣଙ୍କୁ ଗିରଫ କରିଛି । ସୁନିଲଙ୍କୁ ଅପହରଣ କରି ଅପହରଣକାରୀ ୩ ଲଷ ଟଙ୍କା ମଧ୍ୟ ଦାବି କରିଥିଲେ ।

ସୁନିଲଙ୍କୁ ପୋଲିସ ଉଦ୍ଧାର କରିବା ପରେ ପ୍ରକୃତ ମାମଲା ସାମ୍ନାକୁ ଆସିଛି । ଗଞ୍ଜେଇ ଚାଲାଣ ପାଇଁ ସୁନିଲଙ୍କୁ କିଛି ଗଞ୍ଜେଇ ବେପାରୀ ଆଡଭାନ୍ସ ଦେଇଥିଲେ । ତେବେ ସେମାନଙ୍କ କାମ ନକରିବା ସହ ନେଇଥିବା ଟଙ୍କା ଫେରାଇ ନଥିଲେ ସୁନିଲ । ଯାହାକୁ ନେଇ ସୁନିଲଙ୍କୁ ଅପହରଣ କରି ୩ ଲଷ ଟଙ୍କା ମାଗିିଥିଲେ ଅପହରଣକାରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top