ଅପରାଧ

ନାବାଳିକାଙ୍କୁ ଅପହରଣ ପରେ ଚେନ୍ନାଇ ନେବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ, ଧରାପଡ଼ିଲା

ଯାଜପୁର:  6 ଦିନ ହେଲା ଜଣେ ନାବାଳିକଙ୍କୁ ଅପହରଣ କରାଯାଇଥିବା ବେଳେ ଆଜି ପୋଲିସକୁ ସଫଳତା ମିଳିଛି । ବହୁ ଛାନଭିନ୍‌ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି ।

ଗତ 12 ତାରିଖରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ସୌମ୍ୟରଞ୍ଜନ ପ୍ରଧାନ ନାମକ ଜଣେ ଯୁବକ ଅପହରଣ କରିଥିଲା । ଏନେଇ ନାବାଳିକାଙ୍କ ପରିବାର ଲୋକେ ଟମକାଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପାଇବା ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।

ତେବେ ଅଭିଯୁକ୍ତ ସୌମ୍ୟରଞ୍ଜନ ନାବାଳିକାଙ୍କୁ ବାଙ୍ଗରଖୁଣ୍ଟା ଦେଇ ଚେନ୍ନାଇ ନେଇଯିବାକୁ ଉଦ୍ୟମ କରୁଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ପରେ ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ଅଭିଯୁକ୍ତ ବିରୁଦ୍ଧରେ ପୋସ୍କୋ ଆକ୍ଟରେ ଦଫା ଲଗାଇ କୋର୍ଟ ଚାଲାଣ କରିଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top