ଜୀବନ ମନ୍ତ୍ର

କେଶ କିପରି ଖରାପ ନହେବ ଏବଂ କିପରି କରିବେ କେଶର କଲର ଆସନ୍ତୁ ଜାଣିବା…

hair
courtesy: www.amarujala.com

ଯଦି ଆମେ କହିବା ଆଣ୍ଟିଫିସିଆଲ କଲର ବହୁତ ଖରାପ ପ୍ରଭାବ ପକାଇଥାଏ । ତଥାପି ଏହା ବହୁତ ଟ୍ରେଣ୍ଡରେ ରହିଛି । ଯାହା ଆମକୁ ଷ୍ଟାଇଲିସ୍ ଲୁକ ଦେଇଥାଏ । ଏମିତି ଲୋକଙ୍କ ପାଇଁ ହେୟାର ଚକ୍‌ ଅଛି । ଯେଉଁଥିରେ ଆପଣ ନିଜ କେଶରେ କଲର କରିପାରିବେ । ହେୟାର ଚକ୍‌କୁ ୱାଟର ବେଷ୍ଟ ଇଙ୍କ ଦ୍ୱାରା ତିଆରି କରାଯାଇଛି । ଯେଉଁଥିରେ ମିଶିଥିବା ଇଙ୍କ ମାଇକ୍ରୋ ଫାଇବର ଭଳି କାମ କରେ । ଏବଂ ଏହାସହ ୱାଟର ବେଷ୍ଟ ପରି କେଶରେ ଆରାମରେ ରିପ୍ଲେସ ହୋଇଯାଏ । ଏହି  ଇଙ୍କ୍ ମାଧ୍ୟମରେ ଏହା ଲକ୍ ହୋଇ ଶିଘ୍ର ଶୁଖିଯାଏ । ଆସନ୍ତୁ ଜାଣିବା କେମିତି କରିବେ ହେୟାର ଚକ୍‌ର ବ୍ୟବହାର ।

hair

courtesy: www.amarujala.com

ହେୟାର ଚକ୍‌କୁ ନିଜ କେଶରେ ଅଧିକ ଟାଇମ ପର୍ଯ୍ୟନ୍ତ ରଖିବାକୁ ଦେବେ ନାହିଁ । ଏହା କେଶର ନରମ ପଣକୁ ଶୁଖାଇଦିଏ । ଏଥିପାଇଁ ଏହାକୁ ଲଗାଇବା ପରେ ସଙ୍ଗେ ସଙ୍ଗେ ଧୋଇଦିଅନ୍ତୁ ।

hair

courtesy: www.lorealparisusa.com

ଆପଣ ଯେଉଁ ପ୍ରକାରର ଲୁକ୍ କରିବାକୁ ଚାହୁଁଛନ୍ତି ସେହି ପ୍ରକାରର କଲର ନିଜ କେଶରେ ଲଗାଇପାରିବେ । ଅଧିକ ଗୋଲାପି ହେଉ କି ପେଷ୍ଟଲ କଲର ଷ୍ଟ୍ରାଇପିଙ୍ଗ କୌଣସି ବି ଲୁକକୁ ଷ୍ଟାଇଲିସ ଦେଖାଯାଇଥାଏ ।

ହେୟାର ଚକ୍‌କୁ କେଶରେ ଲମ୍ବା ସମୟ ପର୍ଯ୍ୟନ୍ତ ରଖିବା ପାଇଁ ହେୟାର ଚକ୍‌ ଲଗାଇବାର ସଙ୍ଗେ ସଙ୍ଗେ ହେୟାର ଡ୍ରାୟର ବ୍ୟବହାର କରନ୍ତୁ । ଏହା ଚକ୍‌କୁ ଡ୍ରାଇ କରିଦେବ । ଏବଂ କେଶରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ । ଏହାକୁ ଲଗାଇବା ସମୟରେ ଟ୍ୱିଷ୍ଟ କରୁଥିବେ । ଯାହାଦ୍ୱାରା ଆପଣଙ୍କ କେଶର ସବୁ ସେକ୍‌ସନ୍ କଲର ହୋଇଯିବ । ହେୟାର ଚକ୍‌କୁ ସହଜରେ ଲଗାଇବାପାଇଁ କେଶକୁ ଓଦା ରଖିବା ନିହାତି ଜରୁରୀ ଅଟେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top