ନ୍ୟୁଜ୍

ବିଜେପିର ବିକ୍ଷୋଭ ବେଳେ ମମତାଙ୍କ ବର୍ବର ଆକ୍ରମଣ: ୨୫ବିଜେପି କର୍ମୀ ଆହତ

bjp

କୋଲକତା:  ମମତା ବାନାର୍ଜୀ ସରକାର ବିରୋଧରେ ବିଜେପି ପକ୍ଷରୁ  ଜୋରଦାର ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ବିଜୁଳି ଦରରେ ଆଶାନୁରୂପକ ବୃଦ୍ଧି ଯୋଗୁ ଏହି ବିକ୍ଷୋଭ ପ୍ରର୍ଦଶନ କରାଯାଇଛି । ପ୍ରଦର୍ଶନ କରିବା ସମୟରେ  ବିଜେପି କାର୍ଯ୍ୟକର୍ତ୍ତାଙ୍କ  ଉପରେ ପୋଲିସ୍‌ ପାଣି ସ୍ପ୍ରେ କରିଥିଲା ।  ବିଜୁଳି ରେ ବଢିଥିବା ଦରକୁ କମ୍‌ କରିବା ପାଇଁ  ବିଜେପି ତରଫରୁ ଏହି ବିକ୍ଷୋଭ କରାଯାଇଛି ।

ସେହିପରି ବର୍ତ୍ତମାନ ବୈରକପୁରରେ ବିଜେପି ଓ ତୃଣମୁଣକଂଗ୍ରେସ ର କର୍ମକର୍ତ୍ତାଙ୍କ ମଧ୍ୟରେ ବିକ୍ଷୋଭ ହୋଇଛି । ସୂଚନାଅନୁଯାୟୀ,  ବିଜେପି ନେତା ଅର୍ଜୁନ ସିଂଙ୍କ ଉପରେ ହୋଇଥିବା ଆକ୍ରମଣ ର ବିରୋଧରେ ବିଜେପି 12 ଘଣ୍ଟା ବନ୍ଦ ଡାକରା ଦେଇଥିଲା । ବିଜେପିର  କାର୍ଯ୍ୟକର୍ତ୍ତା ବନ୍ଦର ପ୍ରଦର୍ଶନ କରୂଥିବା ସମୟରେ  ଟିଏମସି କାର୍ଯ୍ୟକର୍ତ୍ତାମାନେ ଆସି ଗଣ୍ଡୋଗଳ ଆରମ୍ଭ କରିଦେଇଥିଲେ ।  ତେବେ ଏହି  ବିକ୍ଷୋଭରେ ବିଜେପିର 25 ଜଣ କର୍ମକର୍ତ୍ତା ଆହତ ହୋଇଥିବା ଜଣାପଡିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top