X
Breaking News
ନ୍ୟୁଜ୍

ଅର୍ଥାଭାବରୁ ଅଟକିଛି ଚିକିତ୍ସା, ଅଜଣା ରୋଗରେ ପୀଡ଼ିତ କୋରାଙ୍କ ପରିବାର

PURI Asahaya

ପୁରୀ: ଗରିବ ଅସହାୟଙ୍କ ପାଇଁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି । ମାତ୍ର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଅର୍ଥାଭାବରୁ ଅଟକିଛି ଚିକିତ୍ସା । ଉପହାସ କରିଛି ଦାରିଦ୍ର୍ୟତା । ଅଭାବ ଅନାଟନ ସାଙ୍ଗକୁ ଦାଉ ସାଧୁଛି ରୋଗ । କଣାସ ବ୍ଲକ ଅନ୍ତର୍ଗତ ଅଁଳାଯୋଡ଼ି ଗାଁର କୋରା ବେହେରାଙ୍କ କାହାଣୀ । ଗାଁ ଲୋକଙ୍କ ଗାଈ ଚରାଇ ପରିବାରର ଗୁଜୁରାଣ ମେଣ୍ଟାନ୍ତି କୋରା । ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ପରିବାର । ମାତ୍ର କୋରାଙ୍କ ଦୁଃଖ କହିଲେ ନସରେ । ଖେଳକୁଦ ବୟସରେ ଦୁଇ ପୁଅ ଅଜଣା ରୋଗରେ ପୀଡ଼ିତ । ସେମାନଙ୍କ ଗୋଡ଼ ହାତ ଦିନକୁ ଦିନ ସରୁ ହୋଇଯାଉଥିବା ଦେଖିବାକୁ ମିଳିଛି ।

ପରିବାର ଲୋକେ ଧାରକରଜ କରି ପୁଅର ଚିକିତ୍ସା କରିଛନ୍ତି । ମାତ୍ର ଅର୍ଥାଭାବରୁ ଏବେ ଅଟକିଛି ଚିକିତ୍ସା । ସରକାରୀ ସହାୟତା ପାଇଁ ପରିବାର ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି ।

ଅଜଣା ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସ୍ୱାସ୍ଥ୍ୟସେବା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ମାତ୍ର ବାସ୍ତବ ଚିତ୍ର ଭିନ୍ନ । କୋରାଙ୍କ ଗୁହାରି କେବେ ଶୁଣିବେ ସରକାର ତାହା ସମୟ ହିଁ କହିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top