ଅପରାଧ

ଭିଜିଲାନ୍ସ ଜାଲରେ କୁଚିଣ୍ଡା ବିଇଓ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ସ୍କାନରରେ କୁଚିଣ୍ଡା ବିଇଓ । କୁଚିଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକଙ୍କ କାର୍ଯାଳୟ, କୁଚିଣ୍ଡାର ଭଡାଘର, ବରଗଡ ସ୍ଥିତ ବାସଭବନ, ବିଜେପୁରରେ ପୈତୃକ ଘର ଓ ଶ୍ୱଶୁର ଘରେ ସମ୍ବଲପୁର ଭିଜିଲାନ୍ସର ଏକ ଟିମ ଏକକାଳୀନ ଚଢାଉ କରିଛି ।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ୫ ଜାଗାରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଆଜି କୁଚିଣ୍ଡା ବିଇଓ ପ୍ରଫୁଲ୍ଲ କୁମାର ନାୟକ କାର୍ଯାଳୟରୁ ବାହାରି ଏକ କାର ଯୋଗେ ସମ୍ବଲପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ସାତକମା ବ୍ରିଜ ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଅଟକାଇ ତାଙ୍କ କାରକୁ ଯାଞ୍ଚ କରିବା ପରେ ତାଙ୍କୁ କୁଚିଣ୍ଡା ସ୍ଥିତ ଭଡାଘରକୁ ଆଣିଥିଲେ ।

ପରେ ତାଙ୍କୁ ଭିଜିଲାନ୍ସ ଟିମ ସାଙ୍ଗରେ ନେଇଥିବା ଜଣାପଡିଛି । ଏହି ଚଢାଉ ସମୟରେ ତାଙ୍କ ଠାରୁ ଭିଜିଲାନ୍ସ ଟିମ ୯୯ହଜାର୯୫୦ ଟଙ୍କା ଜବତ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top