ଖେଳ

ଟପ୍‌ ସ୍ପିନର ପାଇଁ କୁଲଦୀପଙ୍କୁ ଟିପ୍ସ ଦେଲେ ଶିବରାମକ୍ରୀଷ୍ଣନ

ନୂଆଦିଲ୍ଲୀ:  କୁଲଦୀପ ଯାଦବ ବୋଲିଂ ଭାରିଏସନକୁ ବହୁ ବଡ ବଡ଼ ବ୍ୟାଟ୍ସମ୍ୟାନ ବୁଝିପାରିନାହାନ୍ତି । ତଥାପି ବିଶ୍ୱ କ୍ରିକେଟରେ ସଫଳତା ପାଇବାକୁ ହେଲେ ତାଙ୍କୁ ବୋଲିଂରେ ଆହୁରି ଉନ୍ନତ୍ତି କରିବା ଦରକାର ବୋଲି ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକ୍ରୀଷ୍ଣନ କହିଛନ୍ତି ।

କୁଲଦୀପ ଜଣେ ବୋଲର ଯିଏ କି ଦୁଇଟି ଓଡିଆଇ ହ୍ୟାଟ୍ରିକ୍ସ ଅକ୍ତିଆର କରିଛନ୍ତି । ବିଶେଷ କରି କ୍ରିକେଟରେ ବ୍ୟାଟସମ୍ୟାନଙ୍କ ଜଲୱା ଦେଖିବାକୁ ମିଳେ ।  ଏଥିରେ ଜଣେ ବୋଲରଙ୍କୁ ସଫଳ ହେବାକୁ ହେଲେ ବହୁତ କିଛି ଆପଣାଇବାକୁ ପଡିଥାଏ । ଏବେକାର ସ୍ପିନର ମାନେ ବ୍ୟାଟସମ୍ୟାନ ଛକା ମାରିବା ପରେ ସାଧାରଣତଃ ଅଧିକ ବେଗରେ ବୋଲିଂ କରୁଛନ୍ତି, ଯାହା କରିବା ଆଦୌ ଦରକାର ନାହିଁ ।

ସଫଳତା ହାସଲ କରିବାକୁ ହେଲେ ଧୈର୍ଯ୍ୟ ରଖିବା ନିହାତି ଦରକାର ବୋଲି  ପୂର୍ବତନ ଭାରତୀୟ ସ୍ପିନର ଶିବରାମକ୍ରୀଷ୍ଣନ ମତ ଦେଇଛନ୍ତ । ତେବେ ଶେଷ 4ଟି ଓଡିଆରେ କୁଲଦୀପ 5ଟି ୱିକେଟ ନେଇଥିଲେ । ଏହାସହ ଏହିସବୁ ମ୍ୟାଚରେ 10 ଓଭରରେ ଯଥାକ୍ରମେ 55,65,62 ଓ 84 ରନ୍‌ ଦେଖିଥିଲେ କୁଲଦୀପ । କୁଲଦୀପ ତାଙ୍କ ବୋଲିଂରେ ଅଧିକ ଭାରିଏସନ୍‌ ଆଣିବା ଦରକାର । ତାଙ୍କୁ ଜଣେ ଟପ୍‌ ସ୍ପିନର ହେବାକୁ ପଡ଼ିବ ବୋଲି ଏକ ଭିଡିଓ କନଫରେନ୍ସିଂରେ କହିଛନ୍ତି ଶିବରାମକ୍ରୀଷ୍ଣନ ।

ବର୍ତ୍ତମାନ ସୁଦ୍ଧା କୁଲଦୀପ ଯାଦବ ଭାରତ ପାଇଁ 6ଟି ଟେଷ୍ଟ, 60 ଟି ଦିନିକିଆ ଏଵଂ 20 ଟି -ଟ୍ୱେଣ୍ଟି ମ୍ୟାଚ ଖେଳି ଯଥାକ୍ରମେ 24, 104 ଏଵଂ 39 ୱିକେଟ ଅକ୍ତିଆର କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top