ଦେଶ

ବଦଳିଲା ଭାଗ୍ୟ, ରାତାରାତି କୋଟିପତି ହୋଇଗଲେ ଦିନ ମଜୁରିଆ

କନ୍ନୁର: କେରଳ କନ୍ନୁରର ବାସିନ୍ଦା ପେରୁନ୍ନନ ରାଜନ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଗତ 10 ଫେବ୍ରୁଆରୀରେ ତାଙ୍କ ସହ ଏମିତି କିଛି ଘଟିଲା ଯେ ସେ ରାତାରାତି କୋଟିପତି ବନିଗଲେ । ପିଳାବେଳୁ ଲଟେରୀ ଲଗାଇବା ରାଜନଙ୍କ ନିଶା ଥିଲା । 58 ବର୍ଷୀୟ ରାଜନଙ୍କୁ ଭରସା ଥିଲା ଯେ, ସେ ଦିନେ ନା ଦିନେ ଲଟେରୀ ଜିତିବେ । ସେହି ସ୍ୱପ୍ନ ଏବେ ସତ ହୋଇଥିବା ବେଳେ ରାଜନଙ୍କୁ ଏହା ଏବେ ବି ସ୍ୱପ୍ନ ଭଳି ଲାଗୁଛି ।

ଲଟେରୀରୁ 12 କୋଟି ଟଙ୍କା ଜିତିଥିବା ବେଳେ ଟ୍ୟାକ୍ସ କଟିବା ପରେ ରାଜନଙ୍କ ଖାତାକୁ ପାଖାପାଖି 7 କୋଟି ଟଙ୍କା ଆସିଛି ।  ଗତକାଲି ବିଜେତାଙ୍କ ଲିଷ୍ଟ ଘୋଷଣା ହୋଇଥିବା ବେଳେ ରାଜନ ଭାବି ନଥିଲେ ସେ ଜିତିବେ ବୋଲି । ରାଜନଙ୍କୁ ପ୍ରଥମେ ଏନେଇ ଫୋନ ଆସିବା ପରେ ସେ ସ୍ଥାନୀୟ ବ୍ୟାଙ୍କକୁ ସମ୍ପର୍କ କରିଥିଲେ । ତାଙ୍କୁ କନ୍ନୁର ବ୍ୟାଙ୍କ ଯିବାକୁ ପରାମର୍ଶ କରିଥିଲେ ସ୍ଥାନୀୟ ବ୍ୟାଙ୍କ କର୍ମଚାରୀ ।

ତାପରେ ରାଜନ ନିଜ ପୁଅ ଓ ଝିଅଙ୍କୁ ନେଇ ବ୍ୟାଙ୍କରେ ପହଞ୍ଚିଥିଲେ  । ସେଠାରେ ତାଙ୍କୁ ଏତେ ଟଙ୍କା ନେଇ କଣ କରିବେ ବୋଲି ପଚରାଯାଇଥିଲା । ଧାର କରଜ କରିଥିବା ଟଙ୍କା ସୁଝିବା ପରେ ଗରିବ ଲୋକଙ୍କ ପାଇଁ କିଛି କରିବେ ବୋଲି ମଧ୍ୟ କହିଥିଲେ ରାଜନ । ସେପଟେ ଟଙ୍କା ରୋଜଗାର କରିବା ଏତେ ସହଜ ନୁହେଁ ତେଣୁ ଏହି ଟଙ୍କା ବେକାରରେ ଖର୍ଚ୍ଚ କରିବେନି ବୋଲି କହିଥିଲେ ରାଜନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top