ଦେଶ

ଏଲଏସିରେ ହିଂସାତ୍ମକ ଲଢେଇରେ ଭାରତର 20 ଯବାନ ଶହୀଦ, ଚୀନର 43 ସୈନିକ ହତାହତ

ଅର୍ଗସ ବ୍ୟୁରୋ : ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଚୀନ ସହ ହୋଇଥିବା ହିଂସାତ୍ମକ ଲଢେଇରେ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି। ସେପଟେ ଚୀନର ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଚୀନର 43 ଜଣ ସୈନିକ ହତାହତ ହୋଇଥିବା ସୂଚନା ମିଳିଛି। ସରକାରୀ ସୂତ୍ରରୁ ଏ ନେଇ ସୂଚନା ମିଳିଛି।

ସୂଚନାନୁଯାୟୀ, ଏଲଏସି ନିକଟରେ ଚୀନ ହେଲିକପ୍ଟର ଗୁଡ଼ିକର ଗତିବିଧି ବଢିଛି। ଗଲୱାନ ଘାଟିରେ ହୋଇଥିବା ଏହି ହିଂସାତ୍ମକ ଲଢେଇରେ ଆହତ ହୋଇଥିବା ଚୀନ ସିପାହୀଙ୍କୁ ହେଲିକପ୍ଟର ଯୋଗେ ନିଆଯାଉଛି।

ଏନେଇ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଭାରତ ସର୍ବଦା ଏଲଏସିର ସମ୍ମାନ କରିଛି। ଚୀନକୁ ମଧ୍ୟ ଏଭଳି କରିବା ଉଚିତ୍। ଏଲଏସିରେ ଯାହା ହୋଇଛି ସେଥିରୁ ଆମେ ନିବୃତ୍ତ ରହିପାରିବା। ଏହି ଘଟଣା ପରେ ଦୁଇ ଦେଶର ବ୍ୟାପକ କ୍ଷତି ହୋଇଛି। ଦୁଇ ଦେଶ ମଧ୍ୟରେ ଯେଉଁ ସହମତି ହୋଇଥିଲା ତାହାକୁ ଯଦି ଚୀନ ଗମ୍ଭୀରତାର ସହ ଅନୁପାଳନ କରିଥାନ୍ତା ତେବେ ଏଭଳି ସ୍ଥିତି ଉପୁଜି ନଥାନ୍ତା। ତେବେ ଭାରତ ଓ ଚୀନ ମଧ୍ୟରେ ସୈନ୍ୟ ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି।

ଏହି ଘଟଣା ପରେ ମିଳିତ ଜାତିସଙ୍ଘର ମହାସଚିବ ଏଣ୍ଟୋନିୟୋ ଗୁଟେରସ ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଏଲଏସିରେ ହୋଇଥିବା ହିଂସା ଏବଂ ମୃତାହତକୁ ନେଇ ଚିନ୍ତିତ। ଆମେ ଦୁଇ ପକ୍ଷକୁ ସଂଯମତା ରକ୍ଷା କରିବାକୁ ନିବେଦନ କରୁଛୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top