ଦେଶ

ଉନ୍ନାଓ ଜମି ଅଧିଗ୍ରହଣ ମାମଲା: ପାଓ୍ୱାର ହାଉସରେ ନିଆଁ ଲଗାଇଲେ କୃଷକ

farmer

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଶୁକ୍ଲାଗଞ୍ଜ ଅଞ୍ଚଳରେ କୃଷକ ଓ ପୋଲିସ୍‌ ମଧ୍ୟରେ ଜମି ଅଧିଗ୍ରହଣ ମାମଲା ଥମିବାର ନା ନେଉ ନାହିଁ । ଦିନକୁ ଦିନ ଏହା ତିବ୍ର ରୂପ ଧାରଣ କରୁଛି । ରବିବାର ଦିନ କୃଷକମାନେ ଉତକ୍ଷିପ୍ତ ହୋଇ ୟୁପି ରାଜ୍ୟ ଔେଦୋଗିକ ବିକାଶ ନିଗମର ନିର୍ମାଣଧିନ ପାଓ୍ୱାର ହାଉସକୁ ଜଳାଇ ଦେଇଛନ୍ତି । ସୂଚନା ମିଳିବା ମାତ୍ରେ ଦମକଳର ଟିମ୍‌ ଓ ପୋଲିସ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ।

ସୂଚନାମୁତାବକ ଶନିବାର ଦିନ କୃଷକ ଓ ପୋଲିସ୍‌ ମଧ୍ୟରେ 6ଘଣ୍ଟା ଭିଷଣ ସଙ୍ଘର୍ଷ ହୋଇଥିଲା । ଟ୍ରାନ୍ସଗଙ୍ଗା ସିଟି ପାଇଁ ଔେଦୋଗିକ ବିକାଶ ନିଗମ (ୟୁପିସିଡା) ଅଧିଗ୍ରହିତ 1144 ଏକର ଜମି ଉପରେ ୟୁପିସିଡାର କବ୍‌ଜାକୁ ବିରୋଧ କରି କୃଷକ ଓ ପୋଲିସ୍‌ ମଧ୍ୟରେ ଘମାଘଟ ଲଢେଇ ହୋଇଥିଲା । କୃଷକମାନଙ୍କ ଦ୍ୱାରା କରାଯାଇଥିବା ପଥର ମାଡର ପ୍ରତିବାଦରେ ପୋଲିସ୍‌ ଲାଠୀଚାର୍ଜ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top