ଦେଶ

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଲେପ୍ଟନାଣ୍ଟଙ୍କ ସମେତ ୪ ଯବାନ ଗୁରୁତର

mine

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ନୌଶେରା ସେକ୍ଟରର କଲାଲ ଅଞ୍ଚଳରେ ଆଜି ଅପରାହ୍ନ 3ଟା 30 ମିନିଟ୍‌ରେ ଲ୍ୟାଣ୍ଡମାଇନ୍‌ ବ୍ଲାଷ୍ଟ ହୋଇଛି । ଏହି ବିସ୍ଫୋରଣରେ ସେନାର ଲେପ୍ଟନାଣ୍ଟ  ସମେତ 4 ଯବାନ ଗମ୍ଭୀର ଭାବେ ଆହାତ  ହୋଇଛନ୍ତି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହିତ ବିସ୍ଫୋରଣ ହୋଇଥିବା ଅଞ୍ଚଳରେ ଘେରାବନ୍ଦି କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୈନ୍ୟ ସୁତ୍ରରୁ  ମିଳିଥିବା ସୂଚନାନୁଯାୟୀ,  ସେନା ଦ୍ୱାରା ଉକ୍ତ ଅଞ୍ଚଳରେ ପାଟ୍ରୋଲିଙ୍ଗ କରାଯାଉଥିଲା, ଏହି ସମୟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିଥିଲା ।

ଏହା ପୂର୍ବରୁ 31 ଡିସେମ୍ବରରେ ପୁଞ୍ଛରେ ଏଲଓସି  ସଲଗ୍ନ ଗାଁ ବଗୟାଲଦରା ରେ ମାଇନ୍‌ ବ୍ଲାଷ୍ଟ କରାଯାଇଥିଲା । ଏଥିରେ ଜଣେ ଯୁବକ ଗମ୍ଭୀର ଭାବେ ଆହତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top