ଜୀବନ ମନ୍ତ୍ର

ଗର୍ଭାବସ୍ଥା ସମୟରେ କରୁଛନ୍ତି କି କେସରର ବ୍ୟବହାର, ତାହେଲେ ଜାଣି ରଖନ୍ତୁ…..

saffron
courtesy: beautyhealthtips.in

ଗର୍ଭାବସ୍ଥାର ସମୟ ସବୁ ମହିଳାମାନଙ୍କ ପାଇଁ ଖୁବ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ । ଏହି ସମୟରେ ମହିଳାମାନଙ୍କର ଦେଖାଶୁରା ଭଲରେ କରାଯାଏ । ସବୁଠାରୁ ଅଧିକ ଗୁରୁତ୍ୱ ତାଙ୍କ ଖାଇବା ପିଇବାରେ ରଖାଯାଇଥାଏ । ତେବେ ଏନେଇ ଘରେ ହୁଅନ୍ତୁ କି ବାହାର ଲୋକମାନେ ମଧ୍ୟ ଅଲଗା ଅଲଗା ଖାଇବା ପାଇଁ କହିଥାଆନ୍ତି ଏବଂ ତାହାର ଗୁରୁତ୍ୱ ବିଷୟରେ କହିଥାଆନ୍ତି । ଏମିତିରେ ଅନେକ ଥର ଆପଣମାନେ ଟେନ୍‌ସନ୍‌ ହୋଇଯାଆନ୍ତି କି କଣ ଖାଇବେ କଣ ଖାଇବେ ନାହିଁ । କିନ୍ତୁ ଏଥିରେ ଏମିତି ଏକ ଜିନିଷ ରହିଛି ଯାହାକୁ ଖାଇବା ପାଇଁ ସମସ୍ତେ କୁହନ୍ତି ତାହା ହେଉଛି କେସର । କିନ୍ତୁ କଣ ଗର୍ଭାବସ୍ଥା ସମୟରେ କେସର ଖାଇବା ଠିକ୍ କି ?

saffron

courtesy: www.healthline.com

ପ୍ରକୃତରେ, କେସର ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ । କିନ୍ତୁ ଗର୍ଭାବସ୍ଥା ସମୟରେ ଯଦି କୌଣସି ମହିଳା ଏହାକୁ ଖାଆନ୍ତି ତେବେ ଏହାର ପ୍ରଭାବ ତାଙ୍କ ଛୁଆ ଉପରେ ପଡ଼ିଥାଏ । ଅନେକ ଲୋକ କୁହନ୍ତି, ଗର୍ଭାବସ୍ଥା ସମୟରେ କେସର ଖାଇବା ଦରକାର କି ଆଉ କିଛି କୁହନ୍ତି କି କେସର ଖାଇବା କଥା ନୁହେଁ । ତେବେ ଏହାକୁ ଖାଇବା ଦ୍ୱାରା ଲାଭ ହୁଏ କି ହୁଏନାହିଁ ତାହା ଆସନ୍ତୁ ପଢିବା ।

saffron

courtesy: parenting.firstcry.com

କେସରର ବ୍ୟବହାର ଖାଇବାର କୌଣସି ଜିନିଷରେ ମିଶାଇକି କରାଯାଇଥାଏ । କେସର ନିଜର ସୁନ୍ଦର ରଙ୍ଗ ସହ ଖାଇବାରେ ସ୍ୱାଦିଷ୍ଟ ହୋଇଥାଏ ବୋଲି ଏହାକୁ ସମସ୍ତେ ଜାଣିଥାଆନ୍ତି । ଏହାସହ କିଛି ଲୋକଙ୍କ କହିବା କଥା କି କେସର ଖାଇବା ଦ୍ୱାରା ଛୁଆ ଗୋରା ହୋଇଥାଏ । କିନ୍ତୁ ଏମିତି ବିଲକୁଲ ହୋଇନଥାଏ । ଛୁଆର ରଙ୍ଗ ଏବଂ ରୂପ ତା ବାପା-ମା’ଙ୍କ ଠାରୁ ଆସିଥାଏ ।

saffron

courtesy: parenting.firstcry.com

ଏହାସହ କିଛି ଲୋକଙ୍କ କହିବା କଥା କି ଗର୍ଭବତୀ ମହିଳା ଯଦି ଲହାକୁ ଖାଇଥାଆନ୍ତି ତାହାହେଲେ ଗର୍ଭପାତର ବିପଦ ଅଧିକ ହୋଇଥାଏ । କିନ୍ତୁ ଏହା ହୋଇନଥାଏ । କେସରର ବ୍ୟବହାର ଆପଣଙ୍କୁ ଅଳ୍ପ ମାତ୍ରାରେ କରିବା ଦରକାର । କାହିଁକି ନା ଅଧିକ ମାତ୍ରାରେ ଏହାର ବ୍ୟବହାର ଆପଣଙ୍କ ଦେହ ପାଇଁ ଭଲ ହୋଇନଥାଏ । ଏହାସହ ଡ଼କ୍ଟରମାନଙ୍କ କହିବା କଥା କି ଯଦି ଗର୍ଭବତୀ ମହିଳା ପାଞ୍ଚ ମାସରୁ କେସରର ବ୍ୟବହାର କରନ୍ତି ତାହେଲେ ଏହା ଭଲ ହୋଇଥାଏ । କିନ୍ତୁ କେସର ଭଲ ହୋଇଥିବା ଦରକାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top