ଅପରାଧ

ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଛି: ବିଜେପି

ଭୁବନେଶ୍ୱର: କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଏବଂ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲା ବିଜେପି । ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ନା ଶାସକ ଦଳର ଗୁଣ୍ଡାମାନଙ୍କ ସୁରକ୍ଷା କବଚ ବୋଲି ପଚାରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ ।

ରାଜଧାନୀରେ ପୋଲିସ ବ୍ୟବସ୍ଥା ଆଶ୍ଚର୍ଯ୍ୟ ଜନକ ଭାବେ ବିଗୁଡୁଛି । 3 ଦିନ ତଳେ 2 ଆଦିବାସୀ ଭଉଣୀଙ୍କୁ ଆନ୍ଦୋଳନ ବେଳେ ପୋଲିସ ଯେଉଁଭଳି ଭାବେ ଉଠେଇ ନେଲା ଓ 307 ଦଫାରେ ଗିରଫ କଲା ପରେ ଦଫା କୋହଳ କରି 325 ଲଗାଇଲା ତାର ଉଦ୍ଦେଶ୍ୟ ଜଣା ପଡୁନାହିଁ । ଜାନୁଆରୀ 10ରେ ମାର୍କେଟ ବିଲଡ଼ିଂରେ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ । 14ରେ ଶିଖ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଏସବୁ ମୋବ୍ ଲିଂଚିଂ ଭଳି ଲାଗୁଛି ।

ଗୋଟିଏ ଘଟଣାରେ ପୋଲିସର ଗୋଟିଏ ପଦକ୍ଷେପ ଏବଂ ଆଉ ଗୋଟିଏ ଘଟଣାରେ ଅଲଗା ପଦକ୍ଷେପ କଣ ପାଇଁ ?  ମାର୍କେଟ ବିଲ୍ଡିଂ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁଛି  କିନ୍ତୁ ଶିଖ ଯୁବକ ଆକ୍ରମଣ ଘଟଣାରେ ପୋଲିସ କୋହଳ ଦଫା କାହିଁକି ଲଗାଇଲା ବୋଲି ପଚାରିଛନ୍ତି ଜଗନ୍ନାଥ ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ସହଜରେ ବେଲ ପାଇଗଲେ କେମିତି ? ଶିଖ ଯୁବକ ପରିବାର ଏବେ ବି ସୁରକ୍ଷିତ ନୁହନ୍ତି । ସେମାନେ ପୋଲିସ କମିଶନର ଓ OHRC ଦ୍ୱାରସ୍ଥ ହେଲେଣି । ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ।  ଶିଖ ଯୁବକକୁ ନ୍ୟାୟ ଦେବାକୁ ଆମେ କେସ କରିଛୁ ।

ଅନନ୍ତ ନାରାୟଣ ଜେନା ଓ ଏସିପି ଅନୁପ କାନୁନଗୋଙ୍କ ବିରୋଧରେ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ କେସ କରିଛୁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଅନନ୍ତ ନାରାୟଣ ଜେନାଙ୍କୁ ବହିଷ୍କାର କରିବା ସହ ଅନୁପ କାନୁନଗୋଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରିବା ପାଇଁ ବିଜେପିର ଦାବି ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top