ରାଜ୍ୟ

ଅଭିନବ ପ୍ରତିବାଦ: ହାଇକୋର୍ଟ ପରିସରରେ ପରିବା ବିକିଲେ ଆଇନଜୀବୀ

କଟକ: ପରିବା ବିକ୍ରି କଲେ ଆଇନଜୀବୀ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ହାଇକୋର୍ଟ ପାର୍କିଂ ପରିସରରେ । ଦୀର୍ଘ ଦିନ ହେବ କରୋନା ମହାମାରୀ ପାଇଁ  ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି । ଏହି ସମୟରେ ଆଇନଜୀବୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ରୋଜଗାର ଲାଗି ଆଇନଜୀବୀ ତପନ ପାଲ୍ ପରିବା ବ୍ୟବସାୟ ଆରମ୍ଭ କରିଛନ୍ତ । ଆଇନଜୀବୀ ପୋଷାକ ପିନ୍ଧି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । ସରକାର ସେମାନଙ୍କ ପାଇଁ କୌଣସି ସହାୟତା ନକରିଥିବାରୁ ଏପରି ପ୍ରତିବାଦ କରିଛନ୍ତି ଯୁବ ଓକିଲମାନେ ।

ଆର୍ଥିକ ଗତିବିଧି ଉପରେ କରୋନା ପ୍ରହାର ଲାଗିଛି । ରାଜ୍ୟରେ ଆର୍ଥିକ ସ୍ଥିତି ଖରାପ ଆଡ଼କୁ ଗତି କରୁଛି । ଏଭଳିକି ରାଜ୍ୟ ସରକାର ଆର୍ଥିକ ସ୍ଥିତି ନିୟନ୍ତ୍ରଣ ପାଇଁ ବିଭିନ୍ନ କଟକଣା ଲଗାଇଛନ୍ତି । ରାଜ୍ୟରେ ଦୁଇ ବର୍ଷ ନୂଆ ସରକାରୀ ପଦବୀ ସୃଷ୍ଟି ହେବ ନାହଁ । ସରକାରୀ ଅଧିକାରୀ ବିଜନେସ୍‌ କ୍ଲାସ୍‌ରେ ଭ୍ରମଣ କରିପାରିବେ ନାହିଁ । ନୂଆ ଗାଡ଼ି କିଣାଯାଇ ପାରିବନାହିଁ । ଏଭଳି କିଛି କଟକଣା ରାଜ୍ୟ ସରକାର ଲଗାଇଛନ୍ତି । ଯାହାକି ରାଜ୍ୟରେ ଆର୍ଥିକ ସ୍ଥିତି ଉତ୍କଟ ହେଉଥିବା ସ୍ପଷ୍ଟ ହୋଇଛି ।

ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ହେଉଥିବା ବେଳେ ଜୀବନ ଜୀବିକା ପ୍ରଭାବିତ ହୋଇଛି । ତେବେ ଆଇନଜୀବୀମାନେ ମଧ୍ୟ ଏଥିରେ ଶିକାର ହେଉଥିବା ଦେଖିବାକୁ ମିଳିଛି । ଲୋକଙ୍କ ହକ୍‌ ପାଇଁ ଲଢ଼େଇ କରୁଥିବା ଜଣେ ଓକିଲ ଆଜି ସରକାରଙ୍କୁ ସହାୟତା ମାଗୁଛି । ତେବେ ଓକିଲମାନଙ୍କ ଏଭଳି ଅଭିନବ ପ୍ରତିବାଦ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top