ରାଜ୍ୟ

ଲକ୍ଷ୍ମୀବଜାର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି

coronavirus

ଭୁବନେଶ୍ୱର: ଶିରିପୁର ସ୍ଥିତ ଲକ୍ଷ୍ମୀବଜାର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା 9 ପଜିଟିଭ୍‌ଙ୍କୁ ମଧ୍ୟରୁ 8ଟି ଲୋକଲ କଣ୍ଟାକ୍ଟ ବୋଲି ଜଣାପଡ଼ିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଲକ୍ଷ୍ମିବଜାର ବସ୍ତିର । କରୋନା ହଟସ୍ପଟ ଜିଲ୍ଲାରୁ ସେ ଫେରିଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି ।

ଏହାପରେ ଏହି ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି । ତେବେ ତ୍ରିନାଥ ମନ୍ଦିର ଛକରୁ ଏୟାରପୋର୍ଟ ବାଉଣ୍ଡାରି ଓ ଏୟାରପୋର୍ଟ ବାଉଣ୍ଡାରିରୁ ତ୍ରିନାଥ ମନ୍ଦିର ଛକ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ଅଞ୍ଚଳକୁ ପ୍ରବେଶ ଏବଂ ପ୍ରସ୍ଥାନ ମନା । ଏହି ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘରୁ ବାହାରିବା ଉପରେ ବି ପ୍ରତିବନ୍ଧକ ଲାଗାଯାଇଛି ।

ସମସ୍ତ ପ୍ରକାର ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ବନ୍ଦ ରହିବ । ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦି ବିଏମସି ପକ୍ଷରୁ ଯୋଗାଇ ଦିଆଯିବ । ଏହାସହ ଅନ୍ୟ କିଛି ଅସୁବିଧା ହେଲେ 1929ରେ କଲ ମଧ୍ୟ କରିବାରିବେ । ଏନେଇ ବିଏମସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ସେପଟେ କିଛି ସମୟ ପୂର୍ବରୁ ପଟିଆ ଅଞ୍ଚଳର ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top