ନ୍ୟୁଜ୍

ଦିନଦ୍ୱିପ୍ରହରେ ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

murder

ଯାଜପୁର: ଯାଜପୁରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଯାଜପୁର ରୋଡ୍ ଥାନା ରାଛିପୁର ଛକ ନିକଟରେ ହତ୍ୟାକାଣ୍ଡ । ରକ୍ତାକ୍ତ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ନାଁ ଯୋଗମାୟା ଜେନା । ଦିନ ଦ୍ୱିପ୍ରହରରେ ମାରଣାସ୍ତ୍ରରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ ।  ମହିଳା ଶିକ୍ଷୟିତ୍ରୀଙ୍କୁ ବାଇକରେ ନେଇ ଆସୁଥିବା ଅନ୍ୟ ଜଣେ ଶିକ୍ଷକ ଗୁରୁତ ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି । ଗୁରୁତର ଶିକ୍ଷକ ହେଲେ ମୋହିନୀ ମୋହନ ମୁଦୁଲି । ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବାବେଳେ ମୃତା ଯୁବତୀ ଜଣକ ନେଳୀବାରି ସ୍କୁଲର ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ତାର ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ,  ଆଜି ଦିନ ଦ୍ୱିପ୍ରହରରେ ମହାମାୟାଙ୍କୁ ବାଇକ୍‌ରେ ଧରି ଅନ୍ୟ ଜଣେ ଶିକ୍ଷକ ଯାଉଥିବା ବେଳେ ରାଛିପୁର ଛକ ନିକଟରେ ତାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଥିଲେ। ଏହାପରେ ସେମାନେ ମହାମାୟାଙ୍କୁ ଅଟକାଇ ମାରଣାସ୍ତ୍ରରେ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top