ନ୍ୟୁଜ୍

ବଢ଼ୁଛି ନାବାଳିକା ଦୁଷ୍କର୍ମ ମାମଲା, ‘ରାଜନୀତିକରଣ କରୁଛି କିଏ ?’

Lekhasri samantray

ଭୁବନେଶ୍ୱର: ରାଜନୀତିକରଣ କିଏ କରୁଛି ? ଯିଏ ନାବାଳିକା ଓ ମହିଳା ଅତ୍ୟାଚାର ଉପରେ କଥା ଉଠାଉଛି ନା ଯେ ଏହାକୁ ଚପାଇବାକୁ ଚେଷ୍ଟା କରୁଛି ?  ଗୃହରେ ଦୁଷ୍କର୍ମକୁ ନେଇ ଦେଇଥିବା ରାଜ୍ୟସରକାରଙ୍କ ବିବୃତ୍ତିକୁ ନେଇ ବର୍ଷିଛନ୍ତି ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ବିଧାନସଭାରେ ଉତ୍ତରରେ ସରକାର ତଥ୍ୟ ଅନୁଯାୟୀ ଗତ 6 ମାସରେ 604 ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି ଓ ପ୍ରତିଦିନ 7ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି | ଏହାରି ଭିତରେ ଗତକାଲି ଜଗତସିଂହପୁର ନାଉଗାଁରୁ ଆସିଥିବା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଖବର ରାଜ୍ୟରେ ଚହଳ ପକାଇଛି । ଏହାକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଲେଖାଶ୍ରୀ ।

ଏହି ଅବସରରେ ସ୍ମିତାରାଣୀ ଘଟଣାକୁ ନେଇ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।  ତଦନ୍ତକୁ ବାଟବଣା କରିବା ପାଇଁ ଡିଜିଙ୍କ ପଦ ଗଲା |  ପୁଙ୍ଖାନୁପୁଙ୍ଖ  ତଦନ୍ତ କରି ରିପୋର୍ଟ ଦେବାକୁ ଯାଜପୁର ଏସପିଙ୍କୁ ନିର୍ଦେଶ ଦେଇଥିବାରୁ  ବିଜୟ ଶର୍ମାଙ୍କୁ ଡ଼ିଜି ପଦରୁ ବିଦା କରାଗଲା । ବିକେ ଶର୍ମା ବିରୁଡ଼ି ବସାରେ ହାତ ମାରିଦେଲେ ତେଣୁ ତାଙ୍କୁ ହଟାଗଲା ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସମ୍ପାଦିକା ।

ଗୋଟିଏ ପଟେ ଦୁଷ୍କର୍ମ ବୃଦ୍ଧି ପାଉଛି ଅନ୍ୟପଟେ ଗୃହରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ମହିଳା ଅତ୍ୟାଚାର ପ୍ରସଙ୍ଗ ଉଠାଇ ବିରୋଧୀ ଅଯଥାରେ ରାଜନୀତିକରଣ କରୁଛନ୍ତି । ତେବେ ରାଜନୀତିକରଣ କିଏ କରୁଛି ବୋଲି ପଚାରିଛନ୍ତି ଲେଖାଶ୍ରୀ । ଓଡ଼ିଶାରେ ପୋଲିସ ବିଭାଗ ଏବଂ ଗୃହ ବିଭାଗ ଭିତରେ ମଧୁଚନ୍ଦ୍ରିକା ଚାଲିଛି । ତେଣୁ ବିଜୁ ଜନତା ଦଳର ନେତାଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଏମାନେ କାର୍ଯ୍ୟ କରୁଛନ୍ତି । ସ୍ମିତାରାଣୀ ହତ୍ୟାକାଣ୍ଡରେ ସବୁ ତଥ୍ୟ ଥାଇ ବି କିଭଳି ଆଖିରେ ଅଙ୍ଗୁଳି ଗେଞ୍ଜି ଏହାକୁ ବାଟବଣା କରାଗଲା ତାହା ପୋଲିସ ପ୍ରଶାସନ ଉଦାହରଣ ଦେଇଛି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top