ଟିଭି

ଆପଣଙ୍କ ବାର୍ଷିକ ଆୟ ଠାରୁ ବି ଅଧିକ ପ୍ରିୟଙ୍କାଙ୍କ କୁକୁରର ଜ୍ୟାକେଟ୍

Courtesy: www.indiatoday.in

ମୁମ୍ୱାଇ: ବଲିଉଡ ଝିଅ ତଥା ହଲିଉଡ ବୋହୁ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ ନିକଟରେ ହନିମୂନ ସାରି ନିଜ ଦ୍ୱିତୀୟ ଘର ଲସ୍ ଏଞ୍ଜେଲସ୍ ଫେରିଛନ୍ତି । ତେବେ ପ୍ରିୟଙ୍କା ଏବେ ନିଜ ପ୍ରଥମ ୟୁଟ୍ୟୁବ୍ ଓରିଜନାଲ ପାଇଁ କାମ କରୁଛନ୍ତି ଆଉ ତା ସହ ନିଜ ପ୍ରିୟ ପେଟ୍ କୁକୁର ଡିଆନା ଚୋପ୍ରା ସହ କିଛି ଅନ୍ତରଙ୍ଗ ମୂହୁର୍ତ୍ତ ବିତାଉଛନ୍ତି ।

Courtesy: www.thenews.com.pk

ନିକଟରେ ବଲିଉଡ ଆକ୍ଟ୍ରେସ ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେଉଛି । ପ୍ରିୟଙ୍କା ନିଜ ପ୍ରିୟ ପୋଷା କୁକୁର ଡିଆନା ଚୋପ୍ରାଙ୍କ ଫଟୋ ସେୟାର କରିଛନ୍ତି । ସବୁଠାରୁ ମଜାଦାର କଥା ହେଲା, ଡିଆନା ଏକ ସୁନ୍ଦର ହୁଡି ଜ୍ୟାକେଟ୍ ପିନ୍ଧି ରେଷ୍ଟ ନେଉଥିବା ଫଟୋରେ ଦେଖିବାକୁ ମିଳିଛି । ତେବେ ଡିଆନାଙ୍କ ଏହି ଜ୍ୟାକେଟର ମୂଲ୍ୟ ହେଉଛି 36ଲକ୍ଷ ଟଙ୍କା ।

ତେବେ ପ୍ରିୟଙ୍କାଙ୍କ ଏହି ପ୍ରିୟ ପୋଷା କୁକୁର ଡିଆନାଙ୍କ ଏହି ଜ୍ୟାକେଟଟି ବେଶ୍ ଆଟ୍ରାକ୍ଟିଭ୍ ହେଇଥିଲେ ମଧ୍ୟ ଏହାର ମୂଲ୍ୟ ଶୁଣିବା ପରେ ଅନେକଙ୍କୁ ହୋଶ୍ ଉଡିଯାଇଥିବ ନିଶ୍ଚୟ । ଷ୍ଟାଇଲିସ୍ ପ୍ରିୟଙ୍କା ଚୋପ୍ରାଙ୍କ ଷ୍ଟାଇଲିସ୍ କୁକୁରର ଜ୍ୟାକେଟର ମୂଲ୍ୟ ଆମ ବାର୍ଷିକ ଆୟ ଠାରୁ ମଧ୍ୟ ଅଧିକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top