ରାଜ୍ୟ

ମିଳିବ ଆଶ୍ୱସ୍ତି ! ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

Rain

ଭୁବନେଶ୍ୱର:  ୬ ତାରିଖ ଯାଏଁ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗଷ୍ଟ ୨ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି- କୋରାପୁଟ, ମାଲକାନଗିରି, ସମ୍ବଲପୁର ଝାରସୁଗୁଡା, ବରଗଡ, ଦେବଗଡ, ବୌଦ୍ଧ , ଢେଙ୍କାନାଳ, କେନ୍ଦୁଝର, ମହୂରଭଞ୍ଜ ଓ ଜଗତସିଂହପୁର । ଅଗଷ୍ଟ ୩ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଉଛି- ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ,ସୋନପୁର, ବରଗଡ, ଝାରସୁଗୁଡା, ଦେବଗଡ, ଅନୁଗୁଳ, ସୁନ୍ଦରଗଡ ।

ଅଗଷ୍ଟ ୪ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୩ ଜିଲ୍ଲା ଢେଙ୍କାନାଳ, ଯାଜପୁର ଓ କଳାହାଣ୍ଡି । ଅନ୍ୟ ୧୦ଟି ମାଲକାନଗିରି, କୋରାପୁଟ, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, କେନ୍ଦୁଝର, ବୌଦ୍ଧ ଅନୁଗୁଳ, ନୂଆପଡା, ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।ସେହିପରି ଅଗଷ୍ଟ ୫ ପାଇଁ ୟେଲୋ ୱାର୍ଣ୍ଣିଂ କରାଯାଇଥିବା ଜିଲ୍ଲାଗୁଡିକ ହେଉଛି ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, କଟକ, ଅନୁଗୁଳ, ସୋନପୁର ।

ଅଗଷ୍ଟ ୬ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୩ଟି ଜିଲ୍ଲା ହେଉଛି ବରଗଡ, ସୁନ୍ଦରଗଡ ଓ ଦେବଗଡ । ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏବେ ସାରା ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଛି । ଏପରିକି ସ୍ୱଳ୍ପ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀକୂଳ । ଏହି ସମୟରେ ବର୍ଷ ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀ ସମେତ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top